ETV Bharat / city

କର୍ମୀଙ୍କୁ ବିଜେଡିର ଆହ୍ବାନ, କାହାକୁ ଭୋକରେ ରଖନି - odisha news

କୋରୋନା ପରି ଏକ ମହାମାରୀ ସମୟରେ କାହାକୁ ଭୋକରେ ନରଖିବାକୁ ସମସ୍ତ କର୍ମୀଙ୍କୁ ଆହ୍ବାନ ଦେଇଛି ବିଜେଡି । ଅଧିକ ପଢନ୍ତୁ...

BJD call to workers
କର୍ମୀଙ୍କୁ ବିଜେଡିର ଆହ୍ବାନ, କାହାକୁ ଭୋକରେ ରଖନି
author img

By

Published : Apr 8, 2020, 3:28 PM IST

ଭୁବନେଶ୍ବର: କୋରୋନା ପରି ଏକ ମହାମାରୀ ସମୟରେ କାହାକୁ ଭୋକରେ ନରଖିବାକୁ ସମସ୍ତ କର୍ମୀଙ୍କୁ ଆହ୍ବାନ ଦେଇଛି ବିଜେଡି । ବିଜେଡିର ଅଗଣିତ କର୍ମୀ ଓ ଶୁଭେଚ୍ଛୁ ମାନେ ନିଜ ନିଜ ଅଞ୍ଚଳର ଜଣେବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦିଅନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।

କର୍ମୀଙ୍କୁ ବିଜେଡିର ଆହ୍ବାନ, କାହାକୁ ଭୋକରେ ରଖନି

ଏହାସହ ରାଜ୍ୟର ସାଢେ 4କୋଟି ଜନସାଧାରଣ ଧୈର୍ଯ୍ୟର ସହ ମହାମାରୀ କୋରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ମୁଖ୍ୟମନ୍ତ୍ରୀ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିବା ମଧ୍ୟ ସେ ଜଣାଇଛନ୍ତି ।

ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ସମୟରେ ସେମାନଙ୍କ ପାଖରେ ଛିଡାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ । ଏଭଳି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ବ ଭାବରେ ଗ୍ରହଣ କରିବା ପାଇଁ ସେ ନିବେଦନ କରିଛନ୍ତି । ସେହିପରି ଆପାତ୍ତକାଳୀନ ସ୍ଥିତିରେ ଜନସାଧାରଣ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଘୋଷଣା କରାଯାଉଥିବା ଗାଇଡଲାଇନକୁ ଅନୁପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ କହିଛନ୍ତି ।

ଅନ୍ୟପଟେ ନିର୍ବାଚିତ ପ୍ରତିନିଧି(ଏମପି, ଏମଏଲଏ), ପୌର ପରିଷଦ, ମହାନଗର ନିଗମର ସମସ୍ତ ପ୍ରତିନିଧି, ବ୍ଲକ ଚେୟାରମ୍ୟାନ ତଥା ସମସ୍ତ ନିର୍ବାଚିତ ପ୍ରତିନିଧି ତଥା ବିଜୁ ଜନତା ଦଳର ଅଗଣିତ କର୍ମୀ ମାନେ "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍‌ଡାଉନ୍‌ ଲାଗି ରାଜ୍ୟରେ ଦେଖାଦେଇଥିବା ରକ୍ତାଭାବକୁ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଥିବା ସେ ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.