ETV Bharat / city

ରୁଚିକାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଡାକରା, ରାଜଧାନୀରେ ଆଂଶିକ ପ୍ରଭାବ - ରୁଚିକାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଡାକରା

ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ଭୁବନେଶ୍ବରରେ ନାହିଁ ବନ୍ଦର ପ୍ରଭାବ । ଅଧିକ ପଢନ୍ତୁ

ରୁଚିକାଙ୍କୁ ନ୍ୟାୟ ଦାବିରେ ବନ୍ଦ ଡାକରା , ରାଜଧାନୀରେ ନାହିଁ ବନ୍ଦର ପ୍ରଭାବ

author img

By

Published : Jul 19, 2022, 11:40 AM IST

ଭୁବନେଶ୍ବର: ଆଜି 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି । ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ତରଫରୁ ସକାଳ 6ରୁ ସଂଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । କିନ୍ତୁ ବନ୍ଦର ପ୍ରଭାବ ଏତେଟା ନଥିବା ବେଳେ ବର୍ତ୍ତମାନ ସ୍ଵାଭାବିକ ରହିଛି ଯାତାୟତ ।

ରୁଚିକାଙ୍କୁ ନ୍ୟାୟ ଦାବିରେ ବନ୍ଦ ଡାକରା , ରାଜଧାନୀରେ ନାହିଁ ବନ୍ଦର ପ୍ରଭାବ

ରୁଚିକା ମାମଲାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି । ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ଓ ରୁଚିକାଙ୍କ ମାଆଙ୍କ ଉପରେ ପୋଲିସର ବର୍ବରତା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ସଂଗଠନ । ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଥିଲା ରାଜ୍ୟ କଂଗ୍ରେସ । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ମଧ୍ୟ ନେଇଥିଲେ । ଆଜି ସକାଳ 9ଟା 30 ସୁଦ୍ଧା ସମସ୍ତ କର୍ମଚାରୀ ଅଫିସ ଆସିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ ସ୍ୱତନ୍ତ୍ର ସଚିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.