ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁଇ ଜଣିଆ ବାଇକ ଲୁଟେରା ଗ୍ୟାଙ୍ଗ ଠାବ । ଲୁଟେରାଙ୍କଠୁ ୯ଟି ବାଇକ ଜବତ ହୋଇଛି । ଗିରଫ ହୋଇଥିବା ଦୁଇ ଜଣ ହେଲେ ଚିତ୍ତରଞ୍ଜନ ଦାସ ଓ ଦାସରଥୀ ପଲେଇ । ଏମାନେ ଡୁପ୍ଲିକେଟ ଚାବିରେ କରୁଥିଲେ ଲୁଟ । ବାଇକ ଗୁଡିକକୁ ଚାନ୍ଦପୁର ଅଞ୍ଚଳରେ ନେଇ ୩୦୦ ଟଙ୍କାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିଲେ ।
ତେବେ ଚାନ୍ଦପୁର ଗୋଟେ ହୋଟେଲରେ ଖାଇବା ପରେ ୩୦୦ ଟଙ୍କା ବିଲ ହୋଇଥିଲା । ବିଲ ବାବଦରେ ଏକ ସ୍କୁଟି ବନ୍ଧା ପକାଇ ଲୁଟେରା ହୋଟେଲରୁ ଖସିଯାଇଥିଲେ । ଦାସିଆ ୨୦୧୨ ମସିହାରୁ ଗାଡି ଚୋରି କରୁଥିଲା । ଦାସିଆ ବାଇକ ବିକି ନିଜର ଗର୍ଲଫ୍ରେଣ୍ଡ ପଛରେ ଟଙ୍କା ଉଡାଉଥିଲା ବୋଲି ପୋଲିସ କହିଛି । ଦାସିଆ ନାଁରେ ପାଖାପାଖି ୧୭ଟି ମାମଲା ରହିଛି ବୋଲି ପୋଲିସ କହିଛି ।
ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ