ETV Bharat / city

ସାମୟିକ ଭାବେ ବନ୍ଦ ହେବ ଭୁବନେଶ୍ବର ବିମାନବନ୍ଦର

ରନୱେ ରିକାର୍ପେଟିଂ ପାଇଁ 8 ମାସ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ରହିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଉଡାଣ । ଆସନ୍ତା ନଭେମ୍ବର 2 ତାରିଖରୁ ମାର୍ଚ୍ଚ 31, 2020 ପର୍ଯ୍ୟନ୍ତ ରାତି ସମୟରେ ଓ 2020 ଏପ୍ରିଲ ମାସ 1 ତାରିଖରୁ ଜୁନ୍ 30 ତାରିଖ ଯାଏଁ ଦିନ ସମୟରେ ବନ୍ଦ ରହିବ ବିମାନ ଚଳାଚଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 17, 2019, 8:21 PM IST

Updated : Sep 17, 2019, 9:25 PM IST

ଭୁବନେଶ୍ବର: ସାମୟିକ ଭାବେ ବନ୍ଦ ହେବ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର । ରନୱେ ରିକାର୍ପେଟିଂ ପାଇଁ 8 ମାସ ପାଇଁ ନଭେମ୍ବର 1 ରୁ ସାମୟିକ ଭାବେ ବନ୍ଦ ରହିବ ବିମାନ ଉଡାଣ ।

ବିମାନ ବନ୍ଦରର ରନୱେ ରିକାର୍ପେଟିଂ ପାଇଁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ସୂଚନା ଅନୁସାରେ ଆସନ୍ତା ନଭେମ୍ବର 2 ତାରିଖରୁ ମାର୍ଚ୍ଚ 31, 2020 ପର୍ଯ୍ୟନ୍ତ ବିମାନବନ୍ଦର ସାମୟିକ ବନ୍ଦ ରହିବ । ଏହି ସମୟସୀମା ମଧ୍ୟରେ ରାତି 10ଟାରୁ ସକାଳ 5ଟା 30 ଯାଏଁ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିବ।

ସେହିପରି ଆସନ୍ତା 2020 ଏପ୍ରିଲ ମାସ 1 ତାରିଖରୁ ଜୁନ୍ 30 ତାରିଖ ଯାଏ ଦିନବେଳା ବନ୍ଦ ରହିବ ବିମାନ ବନ୍ଦର । ଏହି ସମୟରେ ପୂର୍ବାହ୍ନ 10ଟା 30ରୁ ସନ୍ଧ୍ୟା 6ଟା ଯାଏଁ ବନ୍ଦ ରହିବ ବିମାନ ଚଳାଚଳ । ପ୍ରାୟ 2742 ମିଟରର ରନୱେରେ ରିକାର୍ପେଟିଂ କାର୍ଯ୍ୟ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ 28 କୋଟି ଟଙ୍କା । 2007ରେ ଶେଷଥର ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ରନୱେ ରିକାର୍ପେଟିଂ କରାଯାଇଥିଲା।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:୮ ମାସ ପାଇଁ ବନ୍ଦ ହେବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ।ବିମାନ ବନ୍ଦରର ରନୱେ ରିକାର୍ପେଟିଂ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ । Body:ସୂଚନା ଅନୁସାରେ
ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜୁନ୍ ୩୦ ତାରିଖ ଯାଏଁ ବିମାନବନ୍ଦର ବନ୍ଦ ରହିବ । ନଭେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ରାତିରେ ବିମାନବନ୍ଦର ବନ୍ଦ ରହିବ । ରାତି ୧୦ଟାରୁ ସକାଳ ୫ଟା ୩୦ ଯାଏ ବନ୍ଦ ରହିବ ବିମାନ ଚଳାଚଳ ।ସେହିପରି ଆସନ୍ତା ୨୦୨୦ ଏପ୍ରିଲ ମାସ ୧ ତାରିଖରୁ ଜୁନ୍ ୩୦ ତାରିଖ ଯାଏ ଦିନରେ ବନ୍ଦ ରହିବ
ଏୟାରପୋର୍ଟ ।Conclusion:ଏହି ସମୟରେ ପୂର୍ବାହ୍ନ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ବିମାନ ଚଳାଚଳ । ୨୦୧୭ରେ ବିଜୁପଟନାୟକ ବିିିମାନ ବନ୍ଦରର ରନୱେ ରିକାର୍ପେଟିଂ କରାଯାଇଥିଲା।
Last Updated : Sep 17, 2019, 9:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.