ETV Bharat / city

ରାଜଧାନୀରେ ପୁଣି 10 ସ୍ଥାନୀୟ ସଂକ୍ରମଣ ସହ 17 ଆକ୍ରାନ୍ତ ଚିହ୍ନଟ

author img

By

Published : Jul 6, 2020, 3:55 PM IST

ରାଜଧାନୀରେ କାୟା ବିସ୍ତାର କରିବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ । ଏନେଇ ଗତ 24 ଘଣ୍ଟା ମଧ୍ୟରେ ପୁଣି 10ଟି ସ୍ଥାନୀୟ ସଂକ୍ରମଣ ସହ ମୋଟ 17ଟି ମାମଲା ସାମ୍ନାକୁ ଆସିଛି ।

corona update in bhubaneswar, local transmission in bhubaneswar, corona situation in bhubaneswar, coronavirus news, bhubaneswar latest news, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବରରେ ସ୍ଥାନୀୟ ସଂକ୍ରମଣ, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌
ରାଜଧାନୀରେ ପୁଣି 10 ସ୍ଥାନୀୟ ସଂକ୍ରମଣ ସହ 17 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ କାୟା ବିସ୍ତାର କରିବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ । ଏନେଇ ଗତ 24 ଘଣ୍ଟା ମଧ୍ୟରେ ପୁଣି 10ଟି ସ୍ଥାନୀୟ ସଂକ୍ରମଣ ସହ ମୋଟ 17ଟି ମାମଲା ସାମ୍ନାକୁ ଆସିଛି । ଗୋଟିଏପଟେ ଖୋର୍ଦ୍ଧାରେ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ 17 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 10ଟି ସ୍ଥାନୀୟ ସଂକ୍ରମଣ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ 5 ଓ କୋଭିଡ ହସ୍ପିଟାଲରୁ 2 ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ 5 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ ଅଞ୍ଚଳରୁ 2 ଜଣ ଓ ୟୁନିଟ 4 ଏମଏଲଏ କଲୋନୀ, ଚନ୍ଦ୍ରଶେଖରପୁର ଓ ଜୟଦେବ ବିହାରରୁ ଜଣେ ଲେଖାଏଁ ରହିଛନ୍ତି । ସେପଟେ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣ ମଧ୍ୟରେ ଡୁମଡୁମା ଅଞ୍ଚଳର ରଘୁନାଥ ବସ୍ତିରୁ 2 ଜଣ, ସରକାରୀ ହସ୍ପିଟାଲରର 2 ଜଣ କର୍ମଚାରୀ, ପଟିଆ ଜଗନ୍ନାଥ ମନ୍ଦିର, ପାଣିଟାଙ୍କି ବସ୍ତି, ଦାସପୁର ଅନ୍ଧାରୁଆ ଅଞ୍ଚଳ, ସତ୍ୟବାଦୀ ନଗର ଲେନ 1, ଏକ ଘରୋଇ ହସ୍ପିଟାଲ ଓ ଚକେଇସିଆଣି ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି ।

ଏସବୁ ବାଦେ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ 2 ଜଣ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ବରରେ ସୋମବାର 4 ଜଣ ସୁସ୍ଥ ହୋଇଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରେ 2 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ, ଜଣେ ଡୁମଡୁମା ଅଞ୍ଚଳ ଓ ଜଣେ ରସୁଲଗଡ ଅଞ୍ଚଳର ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 450ରେ ପହଞ୍ଚିଥିବା ବେଳେ 274 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଏଯାବତ୍‌ 6 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇସାରିବା ବେଳେ 169ଟି ମାମଲା ସକ୍ରିୟ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.