ETV Bharat / city

CBSE Result: ଓଡିଆ ଝିଅ ଶ୍ରେୟା ରଖିଲେ ୫୦୦ ରୁ ୫୦୦ ମାର୍କ

author img

By

Published : Jul 23, 2022, 7:43 AM IST

ସିବିଏସଇ ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ଟପ୍ପର ହେଲେ ଭୁବନେଶ୍ବରର ଶ୍ରେୟା ପଟ୍ଟନାୟକ । ଅଧିକ ପଢନ୍ତୁ

CBSE Result: ଓଡିଆ ଝିଅ ଶ୍ରେୟା ରଖିଲେ ୫୦୦/୫୦୦ ମାର୍କ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(CBSE) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୁବନେଶ୍ବର ଜୋନରେ ପାସ୍ ହାର ୯୬% ରହିଛି । ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟା ପଟ୍ଟନାୟକ ୧୦୦% ମାର୍କ ରଖି ଟପ୍ପର ହୋଇଛନ୍ତି । ଅର୍ଥାତ୍ ୫୦୦ରୁ ୫୦୦ ମାର୍କ ରଖିଛନ୍ତି ଶ୍ରେୟା । ସେ ଆଗକୁ ମେଡିକାଲ ପଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ନିଜକୁ ପାଠପଢାରେ ଆହୁରି ଭଲ ଭାବେ ପ୍ରସ୍ତୁତ କରିବେ କହିଛନ୍ତି ଶ୍ରେୟା ।

ଶ୍ରେୟା କୋଭିଡ ସମୟରେ ବ୍ୟସ୍ତ ନହୋଇ ଉଭୟ ଅନଲାଇନ ଓ ଅଫଲାଇନରେ କ୍ଲାସ କରୁଥିଲେ । ଯାହା ବୁଝି ପାରିନଥିଲେ କ୍ଲାସର ଶିକ୍ଷକ ଓ ଶିକ୍ଷୟତ୍ରୀ ଠାରୁ ଭଲ ଭାବରେ ବୁଝୁଥିଲେ । ତାଙ୍କର କଠିନ ପରିଶ୍ରମର ଫଳସୂରୁପ ସେ ଆଜି ଦଶମରେ ଶତପ୍ରତିଶତ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝିଅର ରେଜଲ୍ଟ ଦେଖି ଭାବବିହ୍ଵଳ ହୋଇଛନ୍ତି ଶ୍ରେୟାଙ୍କ ମାତାପିତା । ଝିଅ ତାଙ୍କର ଆଜି ପରିଶ୍ରମର ଫଳ ପାଇଛି । ଦଶମ ବୋର୍ଡ଼ ଆରମ୍ଭ ମାତ୍ର, ଆଗକୁ ଏଭଳି ସେ ତା'ର ପରିଶ୍ରମର ଫଳ ପାଉ ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ଶ୍ରେୟାଙ୍କୁ ନେଇ ସ୍କୁଲରେ ଖୁସିର ଲହରୀ ଦେଖିବାକୁ ମିଳୁଛି । ''ଆଜି ପର୍ଯ୍ୟନ୍ତ କେହି 100% ନମ୍ବର ରଖିନାହାନ୍ତି । ଶ୍ରେୟା ନିଶ୍ଚିତ ଭାବେ ସ୍କୁଲ ପାଇଁ ଗର୍ବ ଆଣିଛି'' ବୋଲି ମଦର୍ସ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.