ETV Bharat / city

ଆଧୁନିକତା ଚାପରେ ଅଣନିଶ୍ବାସୀ ଆଧ୍ୟାତ୍ମିକତାର ସହର, ଲମ୍ବିଛି ସମସ୍ୟାର ତାଲିକା

author img

By

Published : Apr 13, 2021, 10:09 PM IST

ରାଜ୍ୟ ରାଜଧାନୀ ଭାବେ 73 ବର୍ଷରେ ପାଦ ଥାପିଛି ଆଧ୍ୟାତ୍ମିକତା ଓ ଆଧୁନିକତା ମିଶ୍ରଣର ସହର ଭୁବନେଶ୍ବର । ହେଲେ ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏବେ ବି ରାଜଧାନୀ ସମସ୍ୟାର ତାଲିକା ରହିଛି ବହୁତ ଲମ୍ବା । ଅଧିକ ପଢନ୍ତୁ...

ଆଧୁନିକତା ଚାପରେ ଅଣନିଶ୍ବାସୀ ଆଧ୍ୟାତ୍ମିକତାର ସହର, ଲମ୍ବୁଛି ସମସ୍ୟାର ତାଲିକା

ଭୁବନେଶ୍ବର: ମନ୍ଦିରମାଳିନୀ ସହର .. ସମଗ୍ର ବିଶ୍ବରେ ଏହି ନାଁ ରେ ବିଦିତ ଭୁବନେଶ୍ବର । ଏଠାରେ ଠିଆ ହୋଇଛି ମାଳମାଳ ମନ୍ଦିର .. କେବଳ ମନ୍ଦିର ନୁହେଁ ସାହିତ୍ୟ-ସଂସ୍କୃତି, କଳା-କାରୁକାର୍ଯ୍ୟ, ଐତିହ୍ୟ-ସ୍ଥାପତ୍ୟ ସହ ପର୍ଯ୍ୟଟନ ସ୍ଥଳର ପୁରୋଧା ଏହି ସହର । ଏଠାରେ ରହିଥିବା ଖଣ୍ଡଗିରି, ଉଦୟଗିରି- ଧଉଳି ଶିଳାଲେଖ, ରାଜାରାଣୀ ପାହାଡ, ଶିଶୁପାଳଗଡ ଓ ଭଳିକି ଭଳି ସଂଗ୍ରହାଳୟ ହାତ ଠାରି ଡାକେ ବିଶ୍ବର କୋଣ ଅନୁକୋଣର ପ୍ରକୃତିପ୍ରେମୀ, ବିଶେଷଜ୍ଞ, ଗବେଷକ ଓ ପର୍ଯ୍ୟଟକଙ୍କୁ । ରାଜ୍ୟ ରାଜଧାନୀ ଭାବେ 73 ବର୍ଷରେ ପାଦ ଥାପିଛି ଆଧ୍ୟାତ୍ମିକତା ଓ ଆଧୁନିକତାର ମିଶ୍ରଣ ଏଇ ସହର । ହେଲେ ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏବେ ବି ରାଜଧାନୀ ସମସ୍ୟାର ତାଲିକା ରହିଛି ବହୁତ ଲମ୍ବା ..

ପାହାଡ କାଟି ତିଆରି ହୋଇଥିବା ଏହି ସହର ଏବେ ପାଇଛି ସ୍ମାର୍ଟସିଟିର ମାନ୍ୟତା । ଦିନେ ହାତ ଗଣତି କେଇଟା କୋଠା ନଜର ଆସୁଥିବା ବେଳେ ଏହି ସହରର ଛାତି ଉପରେ ଛିଡା ହୋଇଛି ଆକଶଛୁଆଁ ଅଟ୍ଟାଳିକା । ମନ୍ଦିରମାଳିନୀ ସହର ଏବେ ଆଇଟି ଓ ଶିକ୍ଷାର ଗନ୍ତବ୍ୟସ୍ଥଳ ପାଲଟିଛି । ହେଲେ ଯଦି ଭୁବନେଶ୍ବରର ଆନୁସଙ୍ଗୀକ ବିକାଶ ପୃଷ୍ଠା ଓଲଟାଇବା ତେବେ ଆଖିକୁ ଆଗକୁ ଆସିଯାଉଛି ଗୋଟିଏ ପରେ ଗୋଟିଏ ସମସ୍ୟା .. ଗଲା 72 ବର୍ଷରେ ରାଜଧାନୀ ବହୁତ ପାଇଥିଲେ ସୁଦ୍ଧା ଏଭଳି ବହୁତ ଦିଗ ରହିଛି ଯାହାକି ଏବେ ଆଖି ଆଢୁଆଳରେ .. ନବେକଳବର ମଧ୍ୟରେ ରାଜଧାନୀର ପୁରୁଣା ସମସ୍ୟାର ସମାଧାନ ହୋଇନଥିବା ବେଳେ ବ୍ୟାପିଛି ଅପରାଧିକ ସାମ୍ରାଜ୍ୟ ।

ବେକାବୁ ଅପରାଧ

ଭୁବନେଶ୍ବରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ ଜନସୁରକ୍ଷା ପ୍ରତି ସୃଷ୍ଟି କରିଛି ବଡ ଚ୍ୟାଲେଞ୍ଜ । ଦିନେ ଶାନ୍ତିପ୍ରିୟ ଥିବା ଭୁବନେଶ୍ବର ଏବେ ପାଲଟିଛି ଅପରାଧୀଙ୍କ ଚାରାଭୂମି । ଅପରାଧର ଚକ୍ରବ୍ଯୁହରେ ଭୁବନେଶ୍ବର । କାମ ଦେଉନି ଅପରାଧକୁ ରୋକିବାର ଷ୍ଟ୍ରାଟେଜି । ହନ୍ତସନ୍ତ ହେଉଛନ୍ତି ସହରବାସୀ । ବଢୁଥିବା ଅପରାଧ ନେଇ ଚିନ୍ତାରେ ପୋଲିସ ।

ହତ୍ୟା, ମରଣାନ୍ତକ ଆକ୍ରମଣ, ଡକାୟତି, ରାହାଜାନୀ ଏବଂ ସାଇବର ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଅଣ ନିଶ୍ୱାଶୀ ହୋଇପଡିଲେଣି ରାଜଧାନୀ ବାସିନ୍ଦା । ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝାର ଖେଳ । କେଉଁଠି କଙ୍କାଳ ମିଳୁଛି ତ ଆଉ କେଉଁଠି କଟା ମୁଣ୍ଡ । ଆଉ କେଉଁଠି ଦିନ ଦ୍ବିପ୍ରହରରେ ପୋଲିସ ଉପସ୍ଥିତିରେ ହେଉଛି ହତ୍ୟା । ବଢିଛି ରାହାଜାନୀ, କମିନି ଦୁଷ୍କର୍ମହାର; ବିନା ଚାର୍ଜସିଟ୍‌ରେ ୧୫ ହଜାର ମାମଲା ରିପୋର୍ଟ ହୋଇଛି ।

କୋଡିଏରେ ଗଡିଛି 40 ମୁଣ୍ଡ

ନିକଟରେ ରାଜଧାନୀକୁ ଦୋହଲାଇ ଦେଇଛି ବଡ ବଡ ହତ୍ୟା ଘଟଣା । ହତ୍ୟାର ହାର ବୃଦ୍ଧି ସହିତ ଗଡିଛି ମୁଣ୍ଡ । ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ଅନେକ କସରତ ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ । ତେବେ ୨୦୨୦ରେ ୪୦ ଟି ହତ୍ୟା ମାମଲା ରୁଜୁ ହୋଇଥିଲା ।

ଚିନ୍ତା ବଢାଉଛି ଚୋରୀ, ଲୁଟ, ଛିନତାଇ

ରାଜଧାନୀବାସୀଙ୍କ ଚିନ୍ତା ବଢାଇଛି ଛିନତାଇ । ୨୦୨୦ରେ ଏଭଳି ଅପରାଧକୁ ନେଇ ସ୍ଥିତି ସାଙ୍ଘାତିକ । ୨୦୨୦ର କ୍ରାଇମ ରେକର୍ଡ ଉପରେ ନଜର ପକାନ୍ତୁ...

ଦିନ ଦ୍ବିପ୍ରହରେ ହୋଇଛି ଲୁଟ । ରିପୋର୍ଟ ହୋଇଛି ଅନେକ ଛିନତାଇ ଘଟଣା । ପକେଟରୁ ଉଭାନ ହୋଇଛି ମନିପର୍ସ , ହାତରୁ ଆଖିପିଛୁଳାକେ ଝାମ୍ପିନେଇଛନ୍ତି ମୋବାଇଲ ଫୋନ , ଏପରିକି ରାଜରାସ୍ତାରେ ମହିଳାଙ୍କ ବେକରୁ ଝାମ୍ପି ନିଆଯାଇଛି ସୁନା ଚେନ ।
୨୦୧୯ରେ ରାଜଧାନୀରେ ମୋଟ ୨୬୬ଟି ରାହାଜାନୀ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ନଭେମ୍ବର ସୁଦ୍ଧା ୩୩୦ଟି ରାହାଜାନୀ ମାମଲାରେ ପହଞ୍ଚିଛି । କେବଳ ସେତିକି ନୁହେଁ ୨୦୧୯ରେ ମୋଟ କେସ୍ ସଂଖ୍ୟା ୮ ହଜାର ୨୨୯ ଥିବାବେଳେ ଚଳିତବର୍ଷ ତାହା ୬,୯୨୨ରେ ପହଞ୍ଚିଛି । 2020ରେ ୧୬୮୪ଟି ଚୋରି ମାମଲା ରିପୋର୍ଟ ହୋଇଥିଲା । ସେହିପରି ୩୨ଟି ଡକାୟତି, ୩୩୦ଟି ଲୁଟ୍‌, ୩୧୯ଟି ସିନ୍ଧିଚୋରୀ ରିପୋର୍ଟ ହୋଇଥିଲା ।
ସେହିପରି ଆର୍ମସ ଆକ୍ଟ ବଳରେ ଅର୍ଥାତ ବେଆଇନ ବନ୍ଧୁକ କାରବାର ଓ ବନ୍ଧୁକ ଚୋରାଚାଲାଣରେ ଚଳିତ ବର୍ଷ ୯ଟି ମାମଲା ରୁଜୁ ହୋଇଥିବା ବେଳେ ୯ ବନ୍ଧୁକ, ୧୭ ଗୁଳି ଜବତ ହେବା ସହ ୨୧ ଜଣଙ୍କୁ ଗିରଫ କରାଯାଇଛି । ତେବେ ୨୦୨୦ରେ ସର୍ବାଧିକ ୧୬ ଜଣ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଥିଲା ।

ଦୁଷ୍କର୍ମ ମାମଲା

ରାଜଧାନୀରେ ମହିଳାଙ୍କ ସୁରକ୍ଷା ବି ହୋଇଛି ପ୍ରଶ୍ନବାଚୀ । ସକାଳ ହେଉ କି ସଞ୍ଜ ମହିଳା ଏକା ଯିବାକୁ କରୁଛନ୍ତି ସଙ୍କୋଚ । ଆଉ ରାତି ସମୟରେ ଟ୍ରାଭେଲିଂ ବହୁ ମହିଳାଙ୍କୁ ପଡିଛି ମହଙ୍ଗା । ଜାଣି ଆଶ୍ଚର୍ଯ୍ୟ ହେବେ କୋରୋନା ଲକଡାଉନ ଭିତରେ ବି ବଢିଛି ରାଜଧାନୀରେ ଦୁଷ୍କର୍ମ । 2019ରେ ୧୪୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୧୦୬ଟି ମାମଲା ରୁଜୁ ହୋଇଛି । ଗଲା 2 ବର୍ଷର ଏହି ପରିସଂଖ୍ୟାନକୁ ଦେଖିଲେ ମନେ ହୁଏ ରାଜଧାନୀରେ ମହିଳାଙ୍କ ଜୀବନ ଏବେ କେତେ ବିପଦଜନକ ?

ଦେହ ବ୍ୟବସାୟ ଦଲାଲଙ୍କ କବଜାରେ ରାଜଧାନୀ

ରାତି ସମୟରେ ଶୂନଶାନ ରାଜଧାନୀର ଅନେକ ଫ୍ଲାଟରେ ଜମୁଛି କାମାନ୍ଧଙ୍କ ଆଡ୍ଡା ଆଉ ରୂପଜୀବୀଙ୍କ ଗହଣରେ ହେଉଛି ଆଲୋକିତ । ରାଜଧାନୀରେ ଚାଲିଛି ବେଧଡକ ଦେହ ବ୍ୟବସାୟ । ଦେହ ଦଲାଲଙ୍କ କବଜାରେ ରହିଛି ସ୍ମାର୍ଟ ସହର । ଆଉ ସବୁ ଦେଖି ନିରବ ଦ୍ରଷ୍ଟା ସାଜିଛି ପୋଲିସ । ଏଠାରେ ପ୍ରଶ୍ନ ଉଠୁଛି, କାହା ଇଙ୍ଗିତରେ ଚୁପ ବସିଛି ପୋଲିସ ? କାହାର ଛତ୍ରଛାୟା ତଳେ ଚାଲିଛି ଏହି ଅନୈତିକ କାରବାର ?

ବାର୍ଷିକ କ୍ରାଇମ ରେକର୍ଡ଼ ତଥ୍ୟ ତୁଳନା ଅନୁସାରେ ୨୦୧୯ରେ ୫ଟି ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା । ଏହାସହ ୧୨ ଜଣଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି । ସେହିପରି ୨୦୧୮ରେ ୯ଟି କେସ ହୋଇଛି । ୩୯ଜଣ ଗିରଫ ହୋଇଥିବା ବେଳେ ୩୩ଜଣ ଉଦ୍ଧାର ହୋଇଛନ୍ତି। ସେହିପରି ୨୦୧୭ରେ ୧୧ଟି କେସରେ ୩୨ଜଣ ଗିରଫ ହୋଇଥିବା ବେଳେ ୩୬ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ୨୦୨୦ରେ ଦେହବ୍ୟବସାୟର କୌଣସି ରିପୋର୍ଟ ହୋଇନଥିଲା ।

ସାଇବର ଅବରାଧ କବଳରେ ସ୍ମାର୍ଟ ସିଟି

ଭୁବନେଶ୍ୱରରେ ମାତିଛନ୍ତି ସାଇବର ଲୁଟେରା । ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଠକାମୀର ଶୀକାର ହୋଇ ସର୍ବଶ୍ୱାନ୍ତ ହୋଇପଡୁଛନ୍ତି ରାଜଧାନୀ ବାସିନ୍ଦା । ଗତ ମାସକ ମଧ୍ୟରେ ରାଜଧାନୀରେ ୮୪ ଲକ୍ଷରୁ ଅଧିକ ଟଙ୍କାର ସାଇବର ଠକେଇ ହୋଇଛି । ରାଜଧାନୀରେ ବଢୁଥିବା ସାଇବର ଅପରାଧ ରୋକିବା ଏବଂ ଏହାର ତଦନ୍ତ କିଭଳି ଭଲ ଭାବରେ କରାଯାଇପାରିବ ସେଥିପାଇଁ କମିସନରେଟ ପୁଲିସ ନୂତନ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।

ଜଳବନ୍ଦୀ ଭୟରେ ଭୁବନେଶ୍ବର

ଅସରାଏ ବର୍ଷାରେ କୃତ୍ରିମ ହ୍ରଦ ପାଲଟୁଛି ସ୍ମାର୍ଟ ସିଟି । ପାଣିରେ ଭାସେ ଗାଡି ମୋଟର । ଆଉ ଜଳବନ୍ଦୀରେ ହସ୍ତସନ୍ତ ହୁଅନ୍ତି ରାଜଧାନୀ ବାସୀ । ବର୍ଷା ଋତୁ ଆସିଲେ ରାଜଧାନୀକୁ ଘାରେ ଜଳବନ୍ଦୀର ଭୟ । ଭୁବନେଶ୍ବରରେ ଜଳବନ୍ଦୀ କଥା ଉଠିଲେ ବିଏମସି ମୁଣ୍ଡରେ ବୋଳା ହୁଏ ଡ୍ରେନେଜ ପରିଚାଳନା ତୃଟିର ସମସ୍ତ ଦୋଷ । ହେଲେ ଏଥିପାଇଁ ଯେ ପୂର୍ତ୍ତ ବିଭାଗ ମୁଖ୍ୟତଃ ଦାୟୀ । ଏହା ଜାଣିସୁଦ୍ଧା ସରକାରଙ୍କ ମୁଣ୍ଡରେ ପଶୁନି ବୁଦ୍ଧି ।

ବସ୍ତି ସମସ୍ୟା

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ 2022 ସୁଦ୍ଧା କୌଣସି ସମସ୍ତଙ୍କ ମୁଣ୍ଡ ଉପରେ ରହିବ ଛାତ । ଏପେଟେ ଓଡିଶାରେ ମଧ୍ୟ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ସରକାର ଦେଇଛନ୍ତି ପ୍ରତିଶ୍ରୁତି । ହେଲେ ସରକାରଙ୍କ ଘୋଷଣା ଏବଂ ବାସହରାଙ୍କୁ ଘର ଯୋଗାଇବା ନେଇ ଭୁବନେଶ୍ବରରେ ଯେଉଁଭଳି କାମ ହେଉଛି, ସେଥିରେ ବସ୍ତି ବାସିନ୍ଦାଙ୍କୁ ଘର ମିଳିବାକୁ ଆଉ କେତେ ବର୍ଷ ଲାଗିବ ଏହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଗୁଡୁଛି ପରିବେଶ ସନ୍ତୁଳନ

ସ୍ମାର୍ଟ ସିଟିରେ ସ୍ମାର୍ଟ ପ୍ରୋଜେକ୍ଟ ଆଉ ବଡ ବଡ ଅଟ୍ଟାଳିକା ନିର୍ମାଣ ପାଇଁ ବ୍ୟାପକ ବୃକ୍ଷ ଛେଦନ ପରିବେଶ ସନ୍ତୁଳନକୁ ନଷ୍ଟ କରୁଛି । ସବୁଜ ବଳୟ ସୃଷ୍ଟି କରି ପରିବେଶ ସନ୍ତୁଳନ ରକ୍ଷା କରିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରେ କେତେ ସଫଳ ସ୍ବଚ୍ଛ ଭାରତ ଅଭିଯାନ ?

ସାରା ଦେଶରେ ସ୍ବଚ୍ଛ ଭାରତ ଅଭିଯାନକୁ ପ୍ରଧାନମନ୍ତ୍ରୀ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତିତ କରିବାକୁ ଆହ୍ବାନ ଦେଇଥିବାବେଳେ ଏହା ଭୁବନେଶ୍ବରରେ କେତେ ସଫଳ ହୋଇଛି, ତାହା ବିଏମସିର ସାଙ୍ଘାତିକ ସ୍ଥିତିରୁ ସ୍ପଷ୍ଟ ଅନୁମେୟ । ଲମ୍ବା ସମୟ ଧରି ସ୍ମାର୍ଟସିଟି ଭୁବନେଶ୍ବରରେ ବିଭିନ୍ନ ସ୍ବଚ୍ଛ ପ୍ରକଳ୍ପର କାର୍ଯ୍ୟକାରୀ କରି ସୁଦ୍ଧା ଭୁବନେଶ୍ବର ମହାନଗର ନିଗମ ଫେଲ ମାରିଛି । ତେବେ ଏଠି ପ୍ରଶ୍ନ ଉଠୁଛି କୋଉଠି ନା କୋଉଠି ବିଏମସି ସ୍ବଚ୍ଛ ପ୍ରକଳ୍ପର ସଠିକ କାର୍ଯ୍ୟନ୍ଵୟନ କରିବାରେ ବିଫଳ ହୋଇଛି କି ?

କିପରି ଅଛି ମୋ ବସ, କେଉଁଠି ଅଟକିଛି ମୋ ସାଇକେଲ ?

୨୦୧୮ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ମୋ ବସ‌’ ସେବା । ପୂର୍ବରୁ ରାଜଧାନୀରେ ସିଟି ବସ‌ ଚାଲୁଥିଲେ ହେଁ ଏହାକୁ ନୂଆ ରୂପରେ ଅଣାଯାଇଥିଲା । ହେଲେ ଏହି ଯୋଜନା କେତେ ସଫଳ ହୋଇଛି ତାହାର ବାସ୍ତବତା ଏବେ ବି ପ୍ରଶ୍ନ ଘେରରେ ରହିଛି । ଶତାଧିକ ବସ ଏବେ ଖତ ଖାଉଛି । ସେପଟେ 2018ରେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ଭୁବନେଶ୍ୱରରେ ସାଇକେଲ ବରବାଦ ହେଉଛି । ସାଇକେଲ ପାଇଁ କମ୍ପାନୀଗୁଡିକୁ କେତେ ଅର୍ଥ ଦିଆଯାଇଥିଲା ଓ ଏଥିରେ ସରକାରଙ୍କ କେତେ କ୍ଷତି ହେଲା ତାର ହିସାବ କୌଣସି ରିପୋର୍ଟରେ ପ୍ରକାଶ କରାଯାଉନାହିଁ ।

ତେବେ ପ୍ରାକୃତିକ ବିପର୍ଯ୍ୟୟ ଓ ଅନେକ ବାଧାବିଘ୍ନ ମଧ୍ୟରେ ସମୃଦ୍ଧ ପଥରେ ଆଗେଇ ଚାଲିଛି ରାଜଧାନୀ ଭୁବନେଶ୍ବର । ବିକାଶର ଭୂଗୋଳରେ ଭୁବନେଶ୍ବରକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ବିକାଶଶୀଳ ସହର ଭାବେ ଦୀର୍ଘକାଳୀନ ଭିଜନ ଲକ୍ଷ୍ୟ ସହିତ ଭୁବନେଶ୍ବରକୁ ଆଗେଇ ନେବାକୁ ଚାଲିଛି ପ୍ରୟାସ । ମନ୍ଦିର ମାଳିନୀ ସହରରେ କେବେ ମେଟ୍ରୋ ଗଡିବ ତାହାକୁ ମଧ୍ୟ ରାଜଧାନୀବାସୀ ଚାହିଁ ବସିଛନ୍ତି । ତେବେ ବିକାଶର ରାସ୍ତାରେ ଆଗେଇ ଚାଲି କେବେ ଭୁବନେଶ୍ବର ସ୍ବପ୍ନର ସହରର ସହର ପାଲଟିବ ତାହା ଆଗାମୀ ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.