ବ୍ରହ୍ମପୁର: ଛୁଟି ସରିବା ପରେ ମଧ୍ୟ କାର୍ଯ୍ୟରେ ଯୋଗଦେଲେନି ଡାକ୍ତର ସ୍ବାମୀ ସୁମିତ ସାହୁ। ପୁଣି ଥରେ ଏକ ଇମେଲ ବାର୍ତ୍ତା ଯୋଗେ ସ୍ବାସ୍ଥ୍ୟବସ୍ଥା ସୁଧାରି ନଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ହେଡକ୍ବାର୍ଟରକୁ ଲିଭରେ ରହିବା ନେଇ ଅବଗତ କରାଇଥିବା ବେଳେ ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତପସ୍ବିନୀ ଦାସ।
ଗତ ପାଞ୍ଚ ଦିନ ଧରି ଆସିକା ଚିନିକଳ ଗେଷ୍ଟହାଉସରୁ ସ୍ବାମୀ ସୁମିତ ଫେରାର ହୋଇଯିବା ପରେ ଏକାକୀ ରହି ଆସୁଛନ୍ତି ତପସ୍ବିନୀ । ସେପଟେ ଫେରିବାର କିଛି ବି ସୂଚନା ନାହିଁ ତାପସ୍ପିନୀ ପାଖରେ। ଏହାକୁ ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଅନ୍ୟ ଏକ ପିଟିସନ୍ ମଧ୍ୟ ଦାଖଲ କରିଥିଲେ ତପସ୍ବିନୀ । ହଠାତ୍ ଡାକ୍ତର ସ୍ବାମୀ ସୁମିତ ପତ୍ନୀ ତପସ୍ପୀନିଙ୍କୁ ଛାଡି କେଉଁ ଆଡେ ଛାଡି ଅଚାନକ ପଳାଇଯିବା ଏବଂ ଛୁଟି ସରିଯାଇଥିଲେ ମଧ୍ୟ ଅସୁସ୍ଥ ଦେଖାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବିଶେଷ କରି ତପସ୍ପିନୀଙ୍କ କ୍ଷେତ୍ରରେ ରହିବା ଖାଇବା କଷ୍ଟସାଧ୍ୟ ହେଉଥିବା ସେ ଅଭିଯୋଗ କରିଛନ୍ତି ।
ଅଧିକ ସ୍ଵାସ୍ଥ୍ୟ ଖରାପ ରହିଥିବା ଦର୍ଶାଇ ସୁମିତ ଚିକିତ୍ସା ପାଇଁ ଯାଉଥିବା ଇମେଲ ମାଧ୍ୟମରେ ଅବଗତ କରାଇବା ପରେ ଏହାକୁ ନେଇ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।
ସେପଟେ ଏହାକୁ ନେଇ ନିଜର ମତ ରଖିଛନ୍ତି ଡାକ୍ତର ସୁମିତଙ୍କ ଆଇନଜୀବୀ। ଡାକ୍ତର ସୁମିତଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଥିବା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲେ ମଧ୍ୟ ସାଙ୍ଗ ମାନଙ୍କ ଜରିଆରେ ତପସ୍ବିନୀ ରହିବା ପାଇଁ ଘର ଖୋଜୁଥିବା କହିଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ