ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱରର 2ଟି ହୋଟେଲ ସିଲ କଲା ବିଏମସି । ମଙ୍ଗଳବାର ୟୁନିଟ ୩ ସ୍ଥିତ ବିଡିଏ ଭୁବନେଶ୍ୱର ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ନିକଟ ହୋଟେଲକୁ ସିଲ କଲା ବିଏମସି-ବିଡିଏ ଟିମ । କୋରୋନା ସମୟରେ ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଭୁବନେଶ୍ୱରରେ କୋଭିଡ ନିୟମକୁ କଡ଼ାକଡି କରାଯାଇଛି ।
କୋରୋନା ଲକଡାଉନ କଟକଣା ଅନଲକ ପାର୍ଟ-୨ କଟକଣା ଜାରି ରହିଥିବାରୁ ଭୁବନେଶ୍ୱରରେ ହୋଟେଲ ଖୋଲିବା ଉପରେ କଟକଣା ଲଗାଯାଇଛି । ହେଲେ ବିଡିଏ ନିକଟରେ ଦୁଇଟି ହୋଟେଲ ଖାଦ୍ୟ ପରିବେଷଣ କରୁଥିବା ଖବର ପାଇଁ ବିଏମସି ବିଡିଏ ଟିମ ଚଢ଼ାଉ କରି ଦୁଇଟି ହୋଟେଲକୁ ସିଲ କରିଛି । ତେବେ ଉଭୟ ହୋଟେଲକୁ 5 ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି । ଭୁବନେଶ୍ୱର ମହାନଗରନିଗମର ଦକ୍ଷିଣ ପୂର୍ବ ଜୋନର ଦୁଇଟି ହୋଟେଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ