ETV Bharat / city

LokSabha: ପଶ୍ଚିମ ଓଡିଶାରେ ଏକ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ବରଗଡ ସାଂସଦଙ୍କ ଦାବୀ

author img

By

Published : Jul 27, 2022, 7:45 PM IST

ସଂସଦରେ ଓଡିଶାର ସ୍ବର । କିଡିନୀ ରୋଗ ଓ ଏହାର ନିରାକରଣ ପାଇଁ ଉଠିଲା ଦାବୀ । ଆଜି ସାଂସଦ ସୁରେଶ ପୂଜାରୀ ପଶ୍ଚିମ ଓଡିଶାରେ ଏକ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ଦାବୀ କରିଛନ୍ତି । ଅଧିକ ପଢନ୍ତୁ

ପଶ୍ଚିମ ଓଡିଶାରେ ଏକ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ବରଗଡ ସାଂସଦଙ୍କ ଦାବୀ

ନୂଆଦିଲ୍ଲୀ: ସଂସଦରେ ଓଡିଶାର ସ୍ବର । କିଡିନୀ ରୋଗ ଓ ଏହାର ନିରାକରଣ ପାଇଁ ଉଠିଲା ଦାବୀ । ଆଜି ସାଂସଦ ସୁରେଶ ପୂଜାରୀ ଲୋକସଭାରେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଡାଙ୍ଗବାହାଲ, ଗୌରେନମୁଣ୍ଡା, ଜଗଲପାଟ ଓ ସାଇଡୁଙ୍ଗରିପାଲି, ବରଗଡ ବ୍ଲକର କୁର୍ଲ୍ଲା, ବରଡୋଲ, ଏବଂ ବିଜେପୁର ବ୍ଲକର ପିପିଲିପାଲି, ଅତାବିରା ବ୍ଲକର ବାଗବାହାଲ ଓ ଭାଲୁପାଲି, ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର କୁଆକୁଣ୍ଡା, ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ବନସାଜାଲ, କଦଲୀଗଡ, ପୁଡାବଲଣ୍ଡା, ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ମଧ୍ଯପୁର, ନେତ୍ରାବାହାଲ, ବଳଣ୍ଡା ତଥା ତିଲେଇବଣି ବ୍ଲକର କଳଣ୍ଡା ଆଦି ଗ୍ରାମପଞ୍ଚାୟତରେ କିଡିନୀ ଜନିତ ରୋଗର ପ୍ରକୋପ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ସାଂସଦ ।

କିଡିନୀ ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁବରଣ କରୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ସାଂସଦ । ସେହିପରି ସଂପୃକ୍ତ ଅଞ୍ଚଳରେ କାହିଁକି କିଡିନୀ ରୋଗ ବ୍ୟାପୁଛି ତାର କାରଣ ଖୋଜିବା ଓ ତଦନ୍ତ କରି ନିରାକରଣ କରିବାପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ସୁରେଶ । ଏହାବାଦ କ୍ୟାନସର ରୋଗୀ ସଂଖ୍ୟା ବୃଦ୍ଧି ପାଇଁ ଚିନ୍ତାପ୍ରକଟ କରି ଅଞ୍ଚଳରେ ଏକ ଅତ୍ୟାଧୁନିକ କ୍ୟାନସର ଚିକିତ୍ସାଳୟର ପ୍ରତିଷ୍ଠା ପାଇଁ ଦାବୀ କରିଛନ୍ତି ସାଂସଦ ସୁରେଶ ପୂଜାରୀ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.