ଭୁବନେଶ୍ବର: ବାରଙ୍ଗ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ସିବିଆଇ ରିମାଣ୍ଡରେ ନେଇଛି । ଝାରପଡା ଜେଲରୁ ଭ୍ୟାନରେ ସିବିଆଇର ସ୍ବତନ୍ତ୍ର ଟିମ୍ ବିବନକୁ ନେଇଛନ୍ତି । ତେବେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ତାର ସ୍ବାସ୍ଥ୍ୟ ଯାଞ୍ଚ ହେବ ବୋଲି ଜଣାପଡିଛି ।
ସ୍ବାସ୍ଥ୍ୟ ଯାଞ୍ଚ ପରେ ବିବନକୁ ସିବିଆଇ ନେବା ସହ ଅଧିକ ପଚରାଉଚରା କରିବ । ଗତକାଲି ଟିଆଇ ପରେଡରେ ବିବନକୁ ପୀଡିତା ଚିହ୍ନଟ କରିଥିଲେ । ପରେ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ