ETV Bharat / city

Odisha Assembly: ବିକଶିତ ହେବ ବଲାଙ୍ଗୀରର ପର୍ଯ୍ୟଟନ ସ୍ଥଳୀ: ପର୍ଯ୍ୟଟନ ମନ୍ତ୍ରୀ - Balangir tourist spot to be developed

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ପ୍ରାଥମିକତା ଭିତ୍ତିରେ ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ, ରାଣୀ ଝରିଆଲ, ହରିଶଙ୍କର ପର୍ଯଟନସ୍ଥଳର ବିକାଶ କରାଯିବ । ସ୍ଥିତି ଅନୁଧ୍ୟାନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପର୍ଯଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 16, 2022, 7:21 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ପ୍ରାଥମିକତା ଭିତ୍ତିରେ ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ, ରାଣୀ ଝରିଆଲ, ହରିଶଙ୍କର ପର୍ଯଟନସ୍ଥଳର ବିକାଶ କରାଯିବ । ସ୍ଥିତି ଅନୁଧ୍ୟାନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପର୍ଯଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ପ୍ରଶ୍ନକାଳରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମୂଳ ପ୍ରଶ୍ନ ଓ ବିଧାୟକ ନରସିଂହ ମିଶ୍ରଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ମନ୍ତ୍ରୀ କହିଛନ୍ତି, ୨୦୧୬ ପର୍ଯଟନ ନୀତି ଅନୁଯାୟୀ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ଭିତ୍ତି ଭୂମିର ବିକାଶ ଜାରି ରଖିଛନ୍ତି । ହୋଟେଲ, ଷ୍ଟାର ହୋଟେଲ, ମୌଜ ପ୍ରମୋଦ ଉଦ୍ୟାନ, ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି ।

ସେହିପରି କୋରାପୁଟ ଜିଲ୍ଲାର ଦେଓମାଳୀ, ଗୁପ୍ତେଶ୍ୱର ଓ ମାଛକୁଣ୍ଡକୁ ପର୍ଯ୍ୟଟକ ସ୍ଥଳୀକୁ ଘୋଷଣା କରାଯାଇଛି । ହେଲେ ଏଠାରେ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରାଯାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ପ୍ରସଙ୍ଗରେ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.