ETV Bharat / city

ଗରିବ ବାପାର ନାଁ ରଖିଲା ସୁନା ପୁଅ ବାଲ ଗୋପାଳ

ଗରିବ ବାପାର ଟେକ ରଖିଲା ପୁଅ । ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି ପାଉଁରୁଟି ବିକାଳୀଙ୍କ ପୁଅ । 91 ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ବେହେରା ସାହିରେ ରହୁଥିବା ବିଷ୍ଣୁ ଚନ୍ଦ୍ର ପଣ୍ଡାଙ୍କ ପୁଅ ବାଲ ଗୋପାଳ ପଣ୍ଡା । ଅଧିକ ପଢନ୍ତୁ...

ଗରିବ ବାପାର ଟେକ ରଖିଲା ସୁନା ପୁଅ ବାଲ ଗୋପାଳ
ଗରିବ ବାପାର ଟେକ ରଖିଲା ସୁନା ପୁଅ ବାଲ ଗୋପାଳ
author img

By

Published : Jun 28, 2021, 5:42 PM IST

ଭୁବନେଶ୍ବର: ଗରିବ ବାପାର ଟେକ ରଖିଲା ପୁଅ । ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି ପାଉଁରୁଟି ବିକାଳୀଙ୍କ ପୁଅ । ଭଦ୍ରକରୁ ଆସି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ବେହେରା ସାହିରେ ରହୁଥିବା ବିଷ୍ଣୁ ଚନ୍ଦ୍ର ପଣ୍ଡାଙ୍କ ପୁଅ ବାଲ ଗୋପାଳ ପଣ୍ଡା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ 91 ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଯେଉଁଥିପାଇଁ ତାଙ୍କ ବାପାଙ୍କ ଖୁସି ଏବେ କହିଲେ ନସରେ ।

ଗରିବ ବାପାର ନାଁ ରଖିଲା ସୁନା ପୁଅ ବାଲ ଗୋପାଳ

ଗୋପାଳଙ୍କ ବାପା ବିଷ୍ଣୁ ଚନ୍ଦ୍ର ପେଶାରେ ଜଣେ ପାଉଁରୁଟି ବିକାଳୀ। ସେତିକିରେ ରୋଜଗାର ହେଉଥିବା ଅର୍ଥରେ ସେ ପୁଅକୁ କେବେ ଅନୁଭବ କରିବାକୁ ଦେଇନାହାନ୍ତି ନିଜ ମନର ବ୍ୟଥା। ଓଲଟି ଦଣ୍ଡେ ଖାଇ ଟୋପେ ପାଣି ପିଇ ଗୋପାଳର ପାଠ ପଢା ନେଇ ତାଙ୍କ ବର୍ଷ ବର୍ଷର ପରିଶ୍ରମ ସଫଳ ହୋଇଛି। ପୁଅ ଗୋପାଳ ମାଟ୍ରିକ ପରୀକ୍ଷାରେ 91ପ୍ରତିଶତ ମାର୍କ ରଖି ବାପାଙ୍କ ମନରେ ଖୁସି ଭରିଦେଇଛି।

ଶ୍ରେଣୀରେ 91 ପ୍ରତିଶତ ରଖି ସ୍କୁଲ ସ୍ତରରେ ଟପ୍ପର ହୋଇଥିବା ଗୋପାଳଙ୍କ ମନରେ ଉଙ୍କି ମାରିଛି ନୁତନ ଉଦ୍ଦୀପନା। ଆଗକୁ ଆହୁରି ଭଲ ପାଠ ପଢି ଉଚ୍ଚ ଶିକ୍ଷା ଲାଭ କରି ଭଲ ଡାକ୍ତର ହେବାକୁ ମନ ବଳାଇଛନ୍ତି ଗୋପାଳ। ତେବେ ପୁଅର ଏହି ଛୋଟ ସ୍ଵପ୍ନ ଆଗରେ ପାହାଡ ଭଳି ଛିଡା ହୋଇଛି ବାପାଙ୍କ କ୍ଷେତ୍ରରେ ଆର୍ଥିକ ସମ୍ବଳର ଅଭାବ । ତେବେ ଆଗାମୀ ଭବିଷ୍ୟତ ପାଇଁ ଉଚ୍ଚ ଆଶା ଉଚ୍ଚ ସ୍ବପ୍ନ ଦେଖିଥିବା ଗୋପାଳଙ୍କୁ ସରକାରୀ ଅବା ବେସରକାରୀ ସ୍ତରରେ କିଛି ସହଯୋଗ ମିଳି ପାରିଲେ ଗରିବ ପରିବାର ମୁହଁରେ ହସ ଫୁଟନ୍ତା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆଙ୍କ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.