ETV Bharat / city

ବୈଜୟନ୍ତଙ୍କ ସତ୍ୟପାଠ ପ୍ରସଙ୍ଗ: ବିଜେଡି ଓ ବିଜେପି ମୁହାଁମୁହିଁ - Baijayant Panda

2014 ନିର୍ବାଚନ ନାମାଙ୍କନରେ ସତ ଲୁଚାଇଥିଲେ ବୈଜୟନ୍ତ । ଚଳିତ ନିର୍ବାଚନରେ ସେ ପୂର୍ବରୁ ଲୁଚାଇଥିବା ସତ୍ୟକୁ ଉଗାଳିବାକୁ ବାଧ୍ୟ ହୋଇଛନ୍ତି । ଏହି ପ୍ରସଙ୍ଗକୁ ବିଜେଡି ସପ୍ତାହେ ହେଲା ଉଠାଇଥିଲେ ମଧ୍ୟ ବିଜେପି କାହିଁକି ନୀରବ ବୋଲି ଆଜି(ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରଶ୍ନ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 24, 2019, 11:08 PM IST

ଭୁବନେଶ୍ବର: ବିଜେଡି ପୁଣି ଥରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କରିଛି ଟାର୍ଗେଟ । 2014 ନିର୍ବାଚନ ନାମାଙ୍କନରେ ସତ ଲୁଚାଇଥିଲେ ବୈଜୟନ୍ତ । ଚଳିତ ନିର୍ବାଚନରେ ସେ ପୂର୍ବରୁ ଲୁଚାଇଥିବା ସତ୍ୟକୁ ଉଗାଳିବାକୁ ବାଧ୍ୟ ହୋଇଛନ୍ତି । ଏହି ପ୍ରସଙ୍ଗକୁ ବିଜେଡି ସପ୍ତାହେ ହେଲା ଉଠାଇଥିଲେ ମଧ୍ୟ ବିଜେପି କାହିଁକି ନୀରବ ବୋଲି ଆଜି(ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରଶ୍ନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ଅଭିଯୋଗ କରିଛି ଯେ, ଡବଲ ଇଞ୍ଜିନ କଥା କହୁଥିବା ବିଜେପିରେ ଏବେ ଡବଲ-ବି କାମ କରୁଛି । ଅର୍ଥାତ ବିଜେପି-ବୈଜୟନ୍ତ । ବୈଜୟନ୍ତଙ୍କ ପ୍ରସଙ୍ଗରେ ବିଜେପି ମୁହଁ ଖୋଲିବ ନାହିଁ କି ବୈଜୟନ୍ତ ଧର୍ମେନ୍ଦ୍ରଙ୍କ ଅପରାଧିକ ସଂପର୍କ ବାବଦରେ ମୁହଁ ଖୋଲିବେ ନାହିଁ । ଏଭଳି ଡିଲ ହୋଇଥିବା ବିଜେଡି ଅଭିଯୋଗ ଆଣିଛି ।

ସେପଟେ ବିଜେପି ଏଭଳି ଅଭିଯୋଗର ଜବାବ ଦେଇଛି । 2014ରେ ବୈଜୟନ୍ତ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ସେ ଦେଇଥିବା ସତ୍ୟପାଠରେ ଯଦି ବୈଜୟନ୍ତ ମିଛ ତଥ୍ୟ ଦେଇଥିଲେ ବିଜେଡି କାହିଁକି ଚୁପ ବସିଥିଲା । ଏବେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ ଏଭଳି ଅଭିଯୋଗ କରୁଛି । ରାଜନୀତିରେ ବିଜେଡି ଅତି ତଳସ୍ତରକୁ ଯାଇ ରାଜନୀତି କରୁଛି ବୋଲି ବିଜେପି ନେତା ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ବ୍ୟୁରୋ ଚିଫ୍

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.