ETV Bharat / city

ଲେଖିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡି’ ସମ୍ମାନ - ଓଡ଼ିଶା ସାହିତ୍ୟ ଏକାଡେମୀ

ପ୍ରଥିତଯଶା କଥାକାର ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ । ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଅବସରରେ ବୀଣାପାଣି ମହାନ୍ତିଙ୍କୁ ଏକାଡେମୀର ଏହି ସର୍ବୋଚ୍ଚ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଛି । ସେ 2019 ବର୍ଷ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି । ଅଧିକ ପଢନ୍ତୁ...

ଲେଖିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡ଼ି’ ସମ୍ମାନ

author img

By

Published : Jul 25, 2020, 8:55 PM IST

ଭୁବନେଶ୍ବର: ପ୍ରଥିତଯଶା କଥାକାର ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’ । ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଅବସରରେ ବୀଣାପାଣି ମହାନ୍ତିଙ୍କୁ ଏକାଡେମୀର ଏହି ସର୍ବୋଚ୍ଚ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଛି । ସେ 2019 ବର୍ଷ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି ।

ଲେଖିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡ଼ି’ ସମ୍ମାନ

ଶନିବାର ପୂର୍ବାହ୍ନରେ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଔପନ୍ୟାସିକାଙ୍କ କଟକସ୍ଥିତ ବାସଭବନରେ ମାନପତ୍ର, ଉତ୍ତରୀୟ ସହିତ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନପୂର୍ବକ ସମ୍ମାନିତ କରିଛନ୍ତି । ଏହି ଅବସରରେ ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତିପତ୍ର ପାଠ କରିଥିଲେ । ସେହିପରି ମନ୍ତ୍ରୀ ପାଣିଗ୍ରାହୀ ଔପନ୍ୟାସିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟ ଲେଖକ/ଲେଖିକାମାନଙ୍କୁ ସାରସ୍ବତ ସାଧିକା ବୀଣାପାଣି ମହାନ୍ତିଙ୍କ ଭଳି ଆପଣା ଲେଖନୀ ଚାଳନାକୁ ତୀବ୍ର କରିବାକୁ ଆହ୍ବାନ ଜଣାଇଥିଲେ ।

ପୁରସ୍କାର ଗ୍ରହଣ କରିବାପରେ ଏହା ମୋ ପାଇଁ ଗର୍ବର ବିଷୟ ବୋଲି ଲେଖିକା ବୀଣାପାଣି ମହାନ୍ତି ପ୍ରକାଶ କରିଛନ୍ତି । ସଂସ୍କୃତି ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲାପାଳ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଥିବାରୁ ସେ ଏହି ସମ୍ମାନକୁ ସାଦରେ ଗ୍ରହଣ କରିଥିବା କହିଛନ୍ତି । ସେହିପରି ସେ ଉତ୍କଳ ଲେଖିକା ସଂଘ ପାଇଁ ସରକାରୀ ସୁବିଧା ଯୋଗାଇଦେଲେ ସଦସ୍ୟାମାନେ ଅଧିକ ଉପକୃତ ହେବା ସହ ଲେଖାପ୍ରତି ଉତ୍ସାହିତ ହୁଅନ୍ତେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ।

ପରିସ୍ଥିତି ସ୍ବାଭାବିକ ରହିଥିଲେ, ରବୀନ୍ଦ୍ରମଣ୍ଡପଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥାନ୍ତା । କିନ୍ତୁ ସମୟକୁ ଆଖିରେ ରଖି ଏହାକୁ ନିରାଡମ୍ବର ଭାବେ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ବୀଣାପାଣିଙ୍କୁ କଥାସାହିତ୍ୟର ପାଟଦେଈ ବୋଲି ଉଲ୍ଲେଖ କରି ତାଙ୍କର ସୁନାମ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶର ସାହିତ୍ୟ କ୍ଷେତ୍ରରେ ରହିଛି ବୋଲି କହିଛନ୍ତି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ଗାଳ୍ପିକାଙ୍କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ୧୭ଟି ପୁସ୍ତକ ଏବଂ ତ୍ରୈମାସିକ ମୁଖପତ୍ର ‘କୋଣାର୍କ’ ଲୋକାର୍ପିତ ହୋଇଥିଲା । ଲୋକାର୍ପିତ ହୋଇଥିବା ଏହି ପୁସ୍ତକଗୁଡ଼ିକ ହେଲା- ‘ଓଡ଼ିଶାର ଲୋକସଂସ୍କୃତି ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ’(ସୁନୀଲ ରଥ), ‘ପ୍ରଜ୍ଞାଦୀପ୍ତ ସାରସ୍ବତ ସାଧକ ଧନେଶ୍ବର ମହାପାତ୍ର’ (ଗୋବିନ୍ଦ ଚନ୍ଦ୍ର ଚାନ୍ଦ), ‘ଉମାଶଙ୍କର ପଣ୍ଡା’ (ସୁଶୀଳ କୁମାର ବାଗ), ‘ସନ୍ଥକବି ଅଭିରାମ ପରମହଂସ’ (ବିଜୟାନନ୍ଦ ସିଂହ), ‘ଚନ୍ଦ୍ର ମୋହନ ପରିକ୍ରମା’ (ସଂ-ଅରବିନ୍ଦ ଗିରି), ‘ଭାରତୀୟ ନୃତ୍ୟକଳା’ (ଧୀରେନ୍ଦ୍ରନାଥ ପଟ୍ଟନାୟକ ), ‘ଆଞ୍ଚଳିକ ଲୋକ ଗୀତ, ଲୋକବାଣୀ ଓ କାହାଣୀ’, ‘ମାଦଳା ପାଞ୍ଜି’ (ସଂ-ଆର୍ତ୍ତବଲ୍ଲଭ ମହାନ୍ତି), ‘ନଦୀର ଦ୍ବୀପ’, (ହିନ୍ଦୀ: ଅଜ୍ଞେୟ, ଭାଷାନ୍ତର: ରାଧାକାନ୍ତ ମିଶ୍ର), ‘ବାଘ’, (ହିନ୍ଦୀ: କେଦାରନାଥ ସିଂହ, ଭାଷାନ୍ତର: ଇପ୍‌ସିତା ଷଡ଼ଙ୍ଗୀ), ‘ଓଡ଼ିଶାରେ ଶ୍ରୀଚୈତନ୍ୟ’ (ମୂଳ ରଚନା ସାରଦା ଚରଣ ମିତ୍ର, ଭାଷାନ୍ତର: ସୋମା ଚାନ୍ଦ), ‘ରଥ ସପ୍ତକ’ (ମୂଳ ଓଡ଼ିଆ: ଚନ୍ଦ୍ରଶେଖର ରଥ, ହିନ୍ଦୀ ଭାଷାନ୍ତର: ମମତା ଖଣ୍ଡେଇ), ‘ନାକଟା ଚିତ୍ରକର’ (ମୂଳ ଓଡ଼ିଆ: ଫତୁରାନନ୍ଦ, ହିନ୍ଦୀ ଭାଷାନ୍ତର: ଅଜୟ କୁମାର ପଟ୍ଟନାୟକ), ‘ଅନ୍ଧିଗଳି’ (ମୂଳ ଓଡ଼ିଆ: ଅଖିଳ ମୋହନ ପଟ୍ଟନାୟକ, ହିନ୍ଦୀ ଭାଷାନ୍ତର: ରବୀନ୍ଦ୍ରନାଥ ମିଶ୍ର), ‘ଦାଦିବୁଢ଼ା’ (ମୂଳ ଓଡ଼ିଆ: ଗୋପୀନାଥ ମହାନ୍ତି, ହିନ୍ଦୀ ଭାଷାନ୍ତର: ଶଙ୍କରଲାଲ ପୁରୋହିତ’, ‘ଲଛମା’ (ମୂଳ ଓଡ଼ିଆ: ଫକୀର ମୋହନ ସେନାପତି, ଇଂରାଜୀ ଭାଷାନ୍ତର: ବସନ୍ତ କୁମାର ତି୍ରପାଠୀ ଓ ପଲ୍‌ ସେଣ୍ଟ ପେରି), ‘ଆଧୁନିକ ଓଡ଼ିଆ କାବ୍ୟଧାରା: ନବଜାଗରଣ ଯୁଗ’ (ନରେନ୍ଦ୍ର ନାଥ ମିଶ୍ର) ଏବଂ ଏକାଡେମୀର ତ୍ରୈମାସିକ ପତ୍ରିକା ‘କୋଣାର୍କ’ର ୧୯୫ତମ ସଂଖ୍ୟା ।

ସ୍ବନକ୍ଷତ୍ର ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ଲିଖିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର, ଅତିବଡ଼ି ପୁରସ୍କାର ପ୍ରାପ୍ତ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ, କବି ରମାକାନ୍ତ ରଥ, ଏକାଡେମୀର ପୂର୍ବତନ ସଭାପତି ମନୋରମା ମହାପାତ୍ର, ସାତକଡ଼ି ହୋତା, କବି ହୁସେନ୍‌ ରବି ଗାନ୍ଧୀ, ଏକାଡେମୀର ପୂର୍ବତନ ଉପସଭାପତି ଶ୍ରୀନିବାସ ଉଦ୍‌ଗାତା, ପୂର୍ବତନ ଉପସଭାପତି ତଥା ସଚିବ ଚନ୍ଦ୍ରଶେଖର ଦାସବର୍ମା, ପୂର୍ବତନ ସଚିବ ରାଜକିଶୋର ମିଶ୍ର, ପୂର୍ବତନ ସଚିବ ତଥା ବିଶିଷ୍ଟ କବି ହରପ୍ରସାର ପରିଚ୍ଛା ପଟ୍ଟନାୟକ, ପୂର୍ବତନ ସଚିବ ଜୟନ୍ତୀ ରଥ ଏବଂ ସମାଲୋଚକ କୈଳାସଚନ୍ଦ୍ର ଟିକାୟତରାୟ, କବି ପ୍ରତିଭା ଶତପଥୀ, ଗୌରହରି ଦାସ ଓ ସୁସ୍ମିତା ବାଚ୍‌ଚୀ ପ୍ରମୁଖ ଏକାଡେମୀର ସ୍ବନକ୍ଷତ୍ର ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.