ଭୁବନେଶ୍ବର: ଆରଆଣ୍ଡବି ଡିଭିଜନ ୫ ଭୁବନେଶ୍ବରର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ହୋଇଛି ସର୍ଚ୍ଚ ଅପରେସନ । ଏକକାଳୀନ ୫ଟି ଟିମ ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି ।
ତେବେ ୟୁନିଟ-୬ ସ୍ଥିତ ଗଙ୍ଗନଗରରେ ଥିବା ତିନିତାଲା କୋଠା ଘର, ନିର୍ମାଣ ସୌଧ ଭୁବନେଶ୍ବରରର ଅଫିସ ରୁମ ସମେତ ଗଞ୍ଜାମ ବଡଗଡ ସ୍ଥିତ ନିଜ ଗାଁ ଘର, ସୋରଡା ସ୍ଥିତ ଶଶୁର ଘରରେ ଚଢଉ କରାଯାଇଛି । ସେହିଭଳି ଗାନ୍ଧିନଗରରେ ଥିବା ଏକ ଘରେ ମଧ୍ୟ ଛାନ୍ ଭିନ୍ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ