ETV Bharat / city

Agnipath Scheme: ବିକ୍ଷୋଭ ମଙ୍ଗ ବିରୋଧୀ ହାତରେ କହିଲେ ଲେଖାଶ୍ରୀ - ଅଗ୍ନିପଥ ନିଯୁକ୍ତି ୨୦୨୨

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ସାରା ଦେଶରେ ବିକ୍ଷୋଭର ବହ୍ନି ଜଳୁଛି । ସବୁ ଆନ୍ଦୋଳନର ମଙ୍ଗ ବିରୋଧୀଙ୍କ ହାତରେ ରହିଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

Agnipath Scheme: ବିକ୍ଷୋଭ ମଙ୍ଗ ବିରୋଧୀ ହାତରେ କହିଲେ ଲେଖାଶ୍ରୀ

author img

By

Published : Jun 20, 2022, 8:05 PM IST

Updated : Jun 20, 2022, 9:52 PM IST

ଭୁବନେଶ୍ବର: ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ସାରା ଦେଶରେ ବିକ୍ଷୋଭର ବହ୍ନି ଜଳୁଛି । ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ତେବେ ଏହି ସବୁ ଆନ୍ଦୋଳନର ମଙ୍ଗ ବିରୋଧୀଙ୍କ ହାତରେ ରହିଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

Agnipath Scheme: ବିକ୍ଷୋଭ ମଙ୍ଗ ବିରୋଧୀ ହାତରେ କହିଲେ ଲେଖାଶ୍ରୀ

ଲେଖାଶ୍ରୀ କହିଛନ୍ତି ଯେ, "ଦେଶର ଯେଉଁ ସବୁ ଘଟଣା ଘଟି ଚାଲିଛି । ସେଥିରୁ ସ୍ପଷ୍ଟ ଯେ କିଛି ରାଜନୈତିକ ଦଳ, କୋଚିଂ ସେଣ୍ଟର, ଛାତ୍ର ସଙ୍ଗଠନ ବିରୋଧ ଏହି ଯୋଜନାକୁ କରୁଛନ୍ତି । ଯେଉଁମାନଙ୍କୁ ବିଜେପି ପୂର୍ବରୁ ଆନ୍ଦୋଳନଜୀବୀ ବୋଲି କହୁଥିଲା । ବିଭିନ୍ନ ସମୟରେ ଭାରତର ଅଖଣ୍ଡତାକୁ ଦୁର୍ବଳ କରିବା ପାଇଁ ଟୁଲ କୀଟ୍‌, ସିଏଏ, ଚାଷୀ ଆଇନ ପ୍ରତ୍ୟାହାର ଆନ୍ଦୋଳନ ଭଳି ବାହାନା ଖୋଜି ଚାଲିଛନ୍ତି । ସେମାନଙ୍କ ମୁଖା ମଧ୍ୟ ଦେଶବାସୀଙ୍କ ଆଗରେ ଖୋଲୁଛି ।"

ଯେଉଁମାନେ ଦେଶକୁ 65 ବର୍ଷ ମଧ୍ୟରେ ଯୁବକବର୍ଗଙ୍କୁ ଦିଗଦର୍ଶନ ଦେଖାଇ ପାରିଲେ ନାହିଁ, ସେମାନେ ଏବେ ଯୁବକ ମାନଙ୍କର ନିଯୁକ୍ତି, ଦେଶ ପ୍ରେମ ଏବଂ ଦେଶ ସୁରକ୍ଷାର ଅଭିଯାନକୁ ବିରୋଧ କରୁଛନ୍ତି । ଏହି ଆନ୍ଦୋଳନକୁ ରାଜନୈତିକ ବିରୋଧୀ ଦଳମାନେ ନିୟନ୍ତ୍ରଣ କରୁଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଅଗ୍ନିପଥ ଯୋଜନା ଅଧୀନରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସଂଶୋଧିତ ସର୍ତ୍ତାବଳୀ ଓ ନିଯୁକ୍ତି ପ୍ରକ୍ରିୟା ନେଇ ତିନି ସେନା ଅଗ୍ନିପଥ ଯୋଜନାକୁ ନେଇ ପ୍ରେସମିଟରେ ବିସ୍ତୃତ ସ୍ପଷ୍ଟୀକରଣ ରଖିଥିଲେ । ଏହି କ୍ରମରେ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ପୁରୀ କହିଥିଲେ ଯେ, "ଇଣ୍ଡିଆନ ଆର୍ମୀର ମୂଳଦୁଆ ଶୃଙ୍ଖଳା ଉପରେ ଆଧାରିତ । ବିଶୃଙ୍ଖଳିତଙ୍କ ପାଇଁ ଭାରତୀୟ ଆର୍ମୀରେ କୌଣସି ସ୍ଥାନ ନାହିଁ । ଭର୍ତ୍ତି ପ୍ରକ୍ରିୟାରେ ସ୍ଥାନୀୟ ପୋଲିସର ଭେରିଫିକେସନ ବାଧ୍ୟତାମୂଳକ ରହିବ । ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା ହିଂସାରେ ଆବେଦନକାରୀ ଛାତ୍ର ସମ୍ପୃକ୍ତ ଅଛି କି ନାହିଁ ତାହା ପୋଲିସ ସ୍ପଷ୍ଟ କରିବ ।"

ଦେଶ ନିର୍ମାଣ କରିବାକୁ ହେଲେ ଅଗ୍ନିପଥ ଯୋଜନାରେ ଆଶାୟୀ ସାମିଲ ହୁଅନ୍ତୁ । ଆଉ ଯଦି ଦେଶ ଭାଙ୍ଗିବାର ଅଛି ତେବେ ଯେଉଁ ରାଜନୈତିକ ଦଳ ମାନେ ଦିଗଦର୍ଶନ ଦେଖାଉଛନ୍ତି ତାଙ୍କ ପାଖକୁ ଯାଆନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ଆଗାମୀ ଦିନରେ ଭାରତର ଯୁବପିଢ଼ି କେଉଁଟା ଦେଶ ହାତରେ ତାହା ଭଲ ଭାବରେ ବୁଝିପାରିବେ । ଏହାଛଡା ଗଣତନ୍ତ୍ରରେ ପ୍ରତିବାଦ କରିବା ସମସ୍ତଙ୍କ ଅଧିକାର ଅଛି । କିନ୍ତୁ ଦେଶର ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ ବୋଲି ବିଜେପି ସମସ୍ତଙ୍କୁ ନିବେଦନ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ।

Last Updated : Jun 20, 2022, 9:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.