ଭୁବନେଶ୍ବର : ଓଡିଶାରେ ଏସଏସଆଇ ଡିଜି (ASI DG) ଭି.ବିଦ୍ୟାବତୀ । ଏ ଅବସରରେ ସେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ଶ୍ରୀମନ୍ଦିରରେ ଜାରି ରହିଥିବା କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ଭି.ବିଦ୍ୟାବତୀ ।
ଏହାବି ପଢନ୍ତୁ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ସର୍ବବୃହତ ଶିବପାର୍ବତୀ ମୂର୍ତ୍ତି ଦର୍ଶନ ପାଇଁ ବଢୁଛି ଗହଳି
ଓଡ଼ିଶାରେ ଏଏସଆଇ ଦ୍ୱାରା ବିଭିନ୍ନ କାର୍ଯ୍ୟ ଜାରି ରହିଥିବାବେଳେ ଏହାର ତଦାରଖ ପାଇଁ ସେ ଓଡ଼ିଶା ଆସିଛନ୍ତି । ବିଭିନ୍ନ ପ୍ରୋଜେକ୍ଟକୁ ନେଇ ସମୀକ୍ଷା କରିବା ସହ ମନ୍ଦିରର କଳାକୀର୍ତ୍ତିକୁ କିପରି ସୁରକ୍ଷିତ ରଖାଯିବ, ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ