ETV Bharat / city

ମୋ ତୂଳିରେ ଋତୁସ୍ରାବର କଥା, ଚିତ୍ରରେ ସଚେତନତାର ବାର୍ତ୍ତା

author img

By

Published : May 28, 2022, 11:10 AM IST

Updated : May 28, 2022, 12:36 PM IST

"ମୋ ତୂଳିରେ ଋତୁସ୍ରାବର କଥା" । ଚିତ୍ରରେ ସଚେତନତାର ବାର୍ତ୍ତା ଦେଉଛନ୍ତି ଶିଳ୍ପୀ । ଆଜି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ "ମୋ ତୂଳିରେ କାହିଁକି ଲୁଚେଇବା "ବିଷୟକୁ ନେଇ ଚିତ୍ରକଳା ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

art exhibition on the occasion of world menstrual hygiene day
ମୋ ତୁଳିରେ ଋତୁସ୍ରାବର କଥା, ଚିତ୍ରରେ ସଚେତନତାର ବାର୍ତ୍ତା

ଭୁବନେଶ୍ବର: "ମୋ ତୂଳିରେ ଋତୁସ୍ରାବର କଥା" । ଚିତ୍ରରେ ସଚେତନତାର ବାର୍ତ୍ତା ଦେଉଛନ୍ତି ଶିଳ୍ପୀ । ଆଜି ହେଉଛି ୮ମ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ( World Menstrual Hygiene Day) । ଏହି ଅବସରରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ "ମୋ ତୂଳିରେ କାହିଁକି ଲୁଚେଇବା "ବିଷୟକୁ ନେଇ ଚିତ୍ରକଳା ପ୍ରଦର୍ଶନ କରାଯାଇଛି । Menstrual ବା ଋତୁସ୍ରାବ ବିଷୟକୁ ଲୋକଙ୍କୁ ସହଜରେ ବୁଝାଇବା ପାଇଁ ନିଜ ତୂଳିରେ କାହାଣୀର ରୂପ ଦେଇ ଯୁବ ଚିତ୍ରଶିଳ୍ପୀ ମାନେ ଚିତ୍ର ଆଙ୍କିଥିଲେ ।

ମୋ ତୂଳିରେ ଋତୁସ୍ରାବର କଥା, ଚିତ୍ରରେ ସଚେତନତାର ବାର୍ତ୍ତା

ରଙ୍ଗ ତୂଳିର ଏହି ଦୃଶ୍ୟପଟ ଯେତିକି ଜୀବନ୍ତ ଥିଲା ଜଣେ ମହିଳା ପାଇଁ ଋତୁସ୍ରାବକୁ ନେଇ କରାଯାଉଥିବା ସଚେତନତା ପାଇଁ ସେତିକି ରୁଦ୍ଧିମନ୍ତ । ମଧ୍ୟ ଥିଲା । ସ୍ବେଚ୍ଛାସେବୀ ସଂଗଠନ ଆଇନା ପକ୍ଷରୁ ଏହି ଚିତ୍ରକଳା ପଦର୍ଶନ କରାଯାଇଥିଲା । ଏଥିରେ ଭୁବନେଶ୍ବରର ବିଭିନ୍ନ କଲେଜର ୯୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୧୦୦ଟି ଚିତ୍ର ଆଙ୍କିଥିଲେ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ।

ଜଣାଶୁଣା ଚିତ୍ରଶିଳ୍ପୀ ବିରେନ ଦାସ,ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟେନ୍ଦୁ ରଥ ରାମହରି ଜେନାଙ୍କ ସହ କାଟୁନିଷ୍ଟ କମଳାକାନ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଋତୁସ୍ରାବ ଏକ ଲଜ୍ଜା ନୁହେଁ ବରଂ ମହିଳାଙ୍କ ଏକ ପ୍ରାକୃତିକ ପ୍ରକ୍ରିୟା । ସେଥିପାଇଁ ଡର ନୁହେଁ ସ୍ବାଭିମାନର ସହ ଏହି ସମ୍ବନ୍ଧରେ ପରିବାର ଓ ସମାଜକୁ ଆମେ କହିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଯୁବଶିଳ୍ପୀ ମାନେ କହିଥିଲେ । ମହିଳାଙ୍କ ଯନ୍ତ୍ରଣାକୁ କମାଇବା ସହ ସ୍ବାଭିମାନର ସହ ସମାଜରେ ବଞ୍ଚିବା ଉଚିତ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 28, 2022, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.