ଭୁବନେଶ୍ବର: ରାସଗୋବିନ୍ଦପୁର ଆଇଆଇସିଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ ମମତା । ଏହାସହ ଶାଶୁ, ନଣନ୍ଦ ଓ ନଣନ୍ଦେଇଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ବିନା ଛାଡପତ୍ରରେ ଅନ୍ୟତ୍ର ବିବାହ ଓ ଶାଶୁ ଓ ନଣନ୍ଦଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ।
ପୁଅର ଭରଣପୋଷଣ ଦାବି କରିବା ସହ ସ୍ବାମୀ ଓ ତାଙ୍କ ପରିବାର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମମତା । ତେବେ କିଛି ଦିନ ପୂର୍ବରୁ ଅନୁଗୋଳ ଡିଏସପି ଅଶ୍ବିନ କୁମାର ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ଏକ ମହିଳା ଆଇଆଇସିଙ୍କ ଅନୈତିକ ସମ୍ପର୍କ ରଖିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ସ୍ତ୍ରୀ ଥାଇ ସ୍ବାମୀ କିପରି ଜଣେ ଅନ୍ୟ ମହିଳା ସହ ଏଭଳି ସମ୍ପର୍କ ରଖୁଛନ୍ତି ସେନେଇ ଅଭିଯୋଗ ଆଣିଥିଲେ ପତ୍ନୀ ମମତା ସାହୁ। ପୂର୍ବରୁ ଡିଜି ଓ ମହିଳା କମିଶନଙ୍କୁ ମଧ୍ୟ ଭେଟିଛନ୍ତି ଅଭିଯୋଗକାରିଣୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ