ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ କମ୍ପିଲେ ଅଙ୍ଗନବାଡି କର୍ମଚାରୀ। ହଜାର ହଜାର ଅଙ୍ଗନବାଡି କର୍ମୀ ଏକାଠି ହୋଇ ସରକାରଙ୍କ ବିରୋଧରେ ଦେଲେ ନାରା। 16 ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଅଙ୍ଗନବାଡି କର୍ମୀ ।
ଭୁବନେଶ୍ବରର ଗାନ୍ଧିମାର୍ଗରେ ଅଙ୍ଗନବାଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରୀ କର୍ମଚାରୀ ମାନ୍ୟତା ଓ ଦରମା ବୃଦ୍ଧି ଦାବି ପରି 16 ଦଫା ଦାବି ନେଇ ସେମାନେ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନରେ ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ସାମିଲ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ