ETV Bharat / city

Bharat Rang Mahatsav: ପ୍ରଥମ ଦିନରେ ମହାସଂଗ୍ରାମର ମହାନାୟକ ନାଟକ ପ୍ରଦର୍ଶିତ - ମହାସଂଗ୍ରାମର ମହାନାୟକ ନାଟକ ପ୍ରଦର୍ଶୀତ

କିଟ୍ କ୍ୟାମ୍ପସରେ ୨୨ତମ ଭାରତ ରଙ୍ଗ ମହୋତ୍ସବ ଉଦଘାଟନ କଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଅଧିକ ପଢନ୍ତୁ

andhra pradesh governor Biswabhusan Harichandan inaugurates 22nd bharat rang mahatsav at bhubaneswar
ଭାରତ ରଙ୍ଗ ମହୋତ୍ସବ, ପ୍ରଥମ ଦିବସରେ ମହାସଂଗ୍ରାମର ମହାନାୟକ ନାଟକ ପ୍ରଦର୍ଶୀତ
author img

By

Published : Jul 22, 2022, 4:31 PM IST

ଭୁବନେଶ୍ବର: କିଟ୍ କ୍ୟାମ୍ପସର ଅଡିଟୋରିୟମରେ ଉଦଘାଟିତ ହୋଇଛି ୨୨ତମ ଭାରତ ରଙ୍ଗ ମହୋତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଅନ୍ୟ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ ଅତିଥି ଗଣ । ଇଂରେଜମାନଙ୍କ ଦ୍ୱାରା ହୋଇଥିବା ଜୁଲମ ଓ ନିରୀହ ଲୋକମାନେ କିପରି ପ୍ରାଣବଳି ଦେଇଥିଲେ ତାହା ମନେ ପକାଇଥିଲେ ।

ଭାରତ ରଙ୍ଗ ମହୋତ୍ସବ, ପ୍ରଥମ ଦିବସରେ ମହାସଂଗ୍ରାମର ମହାନାୟକ ନାଟକ ପ୍ରଦର୍ଶୀତ

ପ୍ରଥମ ପ୍ରଥମ ଦିବସରେ ନାଟକ ମହାସଂଗ୍ରାମର ମହାନାୟକ ଅଭିନୀତ ହୋଇଥିଲା । ଉକ୍ତ ନାଟକକୁ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରଚନା କରିଥିବାବେଳେ ଓଡ଼ିଶାର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଥିଲେ । ନାଟକଟିକୁ କଳାକାରମାନେ ଖୁବ୍ ନିଖୁଣ ଭାବରେ ଅଭିନୀତ କରିଥିଲେ । ନାଟକଟି ଖୁବ୍ ଚିତ୍ତାକର୍ଷକ ହୋଇଥିଲା, ଯାହା ଫଳରେ ଦର୍ଶକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲା ।

ଅନ୍ଯପଟେ ୨୨ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ ଅବସରରେ ଓଡିଶାର ଭୁବନେଶ୍ୱର ସମେତ ଦେଶର ୫ଟି ରାଜ୍ୟର ବିଭିନ୍ନ ସହରମାନଙ୍କରେ ନାଟକ ପରିବେଷଣ କାର୍ଯ୍ୟକ୍ରମ କରାଯାଉଛି । ୧୬ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଭୁବନେଶ୍ବର ଏହା ଜାରି ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.