ଭୁବନେଶ୍ବର: ରାଜ୍ୟରେ କୋରୋନା ବୃଦ୍ଧିରେ ବ୍ରେକ ଲାଗୁନି । ଏପଟେ ଜଣଙ୍କ ପରେ ଜଣେ ଜନପ୍ରତିନିଧି କୋରୋନା କବଳରେ ପଡୁଛନ୍ତି । ଏହାରି ଭିତରେ ରାଜ୍ୟର ଅନେକ ବିଧାୟକ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ଏହି କ୍ରମରେ ଆଜି ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ COVID-19 ପଜିଟିଭ୍ ପରୀକ୍ଷା କରିବା ସହ ସଂକ୍ରମିତ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଚିହ୍ନଟ ପରେ ଭୁବନେଶ୍ୱରସ୍ଥିତ ଘରେ ହୋମ କ୍ୱାରେଣ୍ଟିନରେ ରହିଥିବା ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ