ETV Bharat / city

ମାନସିକ ବିକୃତଙ୍କୁ ସୁସ୍ଥ କରାଇଲେ, ପରିବାର ସହ ହେଲା ସରପ୍ରାଇଜ୍ ଭେଟ - ମାନସିକ ବିକୃତଙ୍କୁ ସୁସ୍ଥ କରାଇଲେ

ଦେଶର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଚାରି ମାନସିକ ବିକୃତଙ୍କୁ ସୁସ୍ଥ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ଏକ ସ୍ବେଚ୍ଛାସେବୀ ସଂସ୍ଥା । ଅଧିକ ପଢ଼ନ୍ତୁ...

ମାନସିକ ବିକୃତଙ୍କୁ ସୁସ୍ଥ କରାଇଲେ, ପରିବାର ବର୍ଗଙ୍କୁ ହସ୍ତାନ୍ତର କଲେ

author img

By

Published : Nov 12, 2021, 9:59 PM IST

ବ୍ରହ୍ମପୁର: ଦେଶର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଚାରି ମାନସିକ ବିକୃତଙ୍କୁ ସୁସ୍ଥ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ଏକ ସ୍ବେଚ୍ଛାସେବୀ ସଂସ୍ଥା । ଶ୍ରଦ୍ଧା ନାମକ ଏହି NGO ସଂସ୍ଥା ଗଞ୍ଜାମ ଜିଲ୍ଲାର ୪ ଜଣ ମାନସିକ ବିକୃତଙ୍କୁ ମୁମ୍ବାଇର ରାଜରାସ୍ଥାରୁ ଉଦ୍ଧାର କରିବା ପରେ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ସୁସ୍ଥ କରାଇବା ସହ ଶେଷରେ ସେମାନଙ୍କ ପରିଚୟ ଖୋଜିଥିଲା ଏହି ସ୍ବେଚ୍ଛାସେବୀ ସଂସ୍ଥା ।

ମାନସିକ ବିକୃତଙ୍କୁ ସୁସ୍ଥ କରାଇଲେ, ପରିବାର ବର୍ଗଙ୍କୁ ହସ୍ତାନ୍ତର କଲେ

ସେମାନଙ୍କ ପରିଚୟ ମିଳିବା ପରେ ଟ୍ରେନ୍ ଯୋଗେ ସେମାନଙ୍କୁ ବ୍ରହ୍ମପୁର ଆଣି ପରିବାର ବର୍ଗଙ୍କ ନିକଟରେ ପହଞ୍ଚାଇଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ତାଙ୍କ ପରିବାର ସହ ସରପ୍ରାଇଜ୍ ଭେଟ କରାଇ ହସ୍ତାନ୍ତର କରିବେ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା । ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ପୁରୁଷୋତ୍ତମପୁର, ଆସିକା ଏବଂ ଧରାକୋଟ ଅଞ୍ଚଳର ବୋଲି ଜଣାପଡ଼ିଛି । ଖୁବଶୀଘ୍ର ବ୍ୟକ୍ତିମାନଙ୍କୁ ସେମାନଙ୍କ ପରିବାର ନିକଟରେ ପହଞ୍ଚାଇ ଦିଆଯିବ ।

ଖାଲି ସେତିକି ନୁହେଁ, ଏହି ବ୍ୟକ୍ତିମାନଙ୍କ ପାଇଁ ମାସିକ ଔଷଧ ମଧ୍ୟ ପଠାଇବ ଏହି ସ୍ବେଚ୍ଛାସେବୀ ସଂସ୍ଥା । ତେବେ ଏମାନେ କେତେ ଦିନ ହେଲା ଘରକୁ ଫେରି ନାହାନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.