ETV Bharat / city

ରାଜ୍ୟ ସଂଗ୍ରହାଳୟର ପକ୍ଷୀ ଗ୍ୟାଲେରୀ ଭୁଲ ତଥ୍ୟ ବାଣ୍ଟୁଥିବା ଅଭିଯୋଗ

author img

By

Published : Jun 18, 2022, 7:03 PM IST

ଭୁଲ ତଥ୍ୟ ବାଣ୍ଟୁଛି ରାଜ୍ୟ ସଂଗ୍ରହାଳୟର ପକ୍ଷୀ ଗ୍ୟାଲେରୀ । ଅନେକ ପକ୍ଷୀଙ୍କୁ ଭୁଲ ଭାବେ ଚିହ୍ନଟ କରାଯାଇଛି । ସଂସ୍କୃତି ବିଭାଗକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ । ଅଧିକ ପଢନ୍ତୁ

ରାଜ୍ୟ ସଂଗ୍ରହାଳୟର ପକ୍ଷୀ ଗ୍ୟାଲେରୀ ଭୁଲ ତଥ୍ୟ ବାଣ୍ଟୁଥିବା ଅଭିଯୋଗ
ରାଜ୍ୟ ସଂଗ୍ରହାଳୟର ପକ୍ଷୀ ଗ୍ୟାଲେରୀ ଭୁଲ ତଥ୍ୟ ବାଣ୍ଟୁଥିବା ଅଭିଯୋଗ

ଭୁବନେଶ୍ବର: ଭୁଲ ତଥ୍ୟ ବାଣ୍ଟୁଛି ରାଜ୍ୟ ସଂଗ୍ରହାଳୟର ପକ୍ଷୀ ଗ୍ୟାଲେରୀ (Odisha State museum's bird gallery )। ଅନେକ ପକ୍ଷୀଙ୍କୁ ଭୁଲ ଭାବେ ଚିହ୍ନଟ (Wrong Identification of Birds ) କରାଯାଇଛି । ପକ୍ଷୀଙ୍କ ତ୍ରୁଟିପୂର୍ଣ୍ଣ ନାମ ଇଂରାଜୀ ଓ ଓଡ଼ିଆରେ ଫଳକରେ ଲେଖାଯାଇଛି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିଭାବକ ତଥା ଖୋର୍ଦ୍ଧା ଜିଲ୍ଲା ଅବତୈନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ । ଗ୍ୟାଲେରୀ ଆରମ୍ଭ ଠାରୁ ଏପରି ରହିଛି । ଆବଶ୍ୟକ ପଡ଼ିଲେ କମିଟି ଗଠନ କରାଯାଇ ଏହାକୁ ତର୍ଜମା କରି ସଂଶୋଧନ କରାଯିବ ବୋଲି କହିଛନ୍ତି ସଂଗ୍ରହାଳୟ ଅଧୀକ୍ଷକ ଡ଼ ଭାଗ୍ୟଲିପି ମଲ୍ଲ ।

କିଛି ଦିନ ପୂର୍ବରୁ ଶୁଭେନ୍ଦୁଙ୍କ ଦଶମ ଶ୍ରେଣୀ ପଢୁଆ ପୁଅ ଅଂଶୁମାନ ରାଜ୍ୟ ସଂଗ୍ରହାଳୟକୁ ବୁଲିବାକୁ ଯାଇଥିଲେ । ସେଠାରେ ପକ୍ଷୀ ଗ୍ୟାଲେରୀରେ ଅନେକ ତ୍ରୁଟି ଥିବା ଅଂଶୁମାନ ଶୁଭେନ୍ଦୁଙ୍କୁ ଜଣାଇଥିଲେ । ଖାସ କରି କିଛି ପକ୍ଷୀ ମାନଙ୍କୁ ଭୁଲ ଚିହ୍ନଟ କରି ସେମାନଙ୍କର ନାମକରଣ ଭୁଲ ହେଇଥିଲା । ଏହାକୁ ତର୍ଜମା କରିବା ଲାଗି ଶୁଭେନ୍ଦୁ ପୁଅକୁ ଧରି ୧୬ ତାରିଖରେ ସଂଗ୍ରହାଳୟକୁ ଯାଇଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରକୃତରେ ଅନେକ ପକ୍ଷୀ ମାନଙ୍କର ଭୁଲ ଚିହ୍ନଟ କରାଯାଇ ଗ୍ୟାଲେରୀରେ ଭୁଲ ନାମ ଫଳକ ଲଗାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପକ୍ଷୀଙ୍କ ତ୍ରୁଟିପୂର୍ଣ୍ଣ ନାମ ଇଂରାଜୀ ଓ ଓଡ଼ିଆରେ ଫଳକରେ ଲେଖାଯିବା ସହ ଦର୍ଶକଙ୍କୁ ଭ୍ରମାତ୍ମକ ତଥ୍ୟ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଶୁଭେନ୍ଦୁଙ୍କ ଅଭିଯୋଗ ଅନୁସାରେ, Red Crested Pochard ବା ରଙ୍ଗ ଗେଣ୍ଡି ପକ୍ଷୀକୁ Pink Headed Duck ବୋଲି ଦର୍ଶାଯାଇଛି । ରଙ୍ଗ ଗେଣ୍ଡି ପକ୍ଷୀକୁ ବିଲୁପ୍ତପ୍ରାୟ ଲେଖିବା ଆଉ ଏକ ଭୁଲ । ପ୍ରକୃତ କଥା ହେଲା Pink Headed Duck ୧୯୩୫ ମସିହାରୁ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇସାରିଛି ।

ସେହିପରି Red Whiskered ବୁଲବୁଲକୁ Red Vented ବୁଲବୁଲ, Black Headed Jay ପକ୍ଷକୁ Striated Laughing Thrush, Red Breasted Parakeet ପକ୍ଷୀକୁ Malabar Parakeet ବା Blue winged Parakeet, Plum Headed Parakeetକୁ Blossom Headed Parakeet ଏବଂ Kori Bustardକୁ Great Indian Bustard ଲେଖାଯାଇଛି । ଅନ୍ୟ ସବୁ ପକ୍ଷୀ ସଠିକ ଚିହ୍ନଟ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଏକ ବୈଷୟିକ ଟିମ ଗଠନ କରିବା ପାଇଁ ଶୁଭେନ୍ଦୁ ଅନୁରୋଧ କରିଛନ୍ତି ।

ରାଜ୍ୟ ସଂଗ୍ରହାଳୟରେ ପକ୍ଷୀ ଗ୍ୟାଲେରୀର ତ୍ରୁଟି ସଂଶୋଧନ କରି ପର୍ଯ୍ୟଟକଙ୍କୁ ସଠିକ ଜ୍ଞାନ ଓ ତଥ୍ୟ ପ୍ରଦାନ କରିବା ହେଉଛି ପ୍ରାଥମିକ କର୍ତ୍ତବ୍ୟ । ଏ ନେଇ ଏକ ବୈଷୟିକ ଟିମ ଗଠନ କରିବା ଲାଗି ଶୁଭେନ୍ଦୁ ଚିଠି ଲେଖି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି । ଟିମର ସଦସ୍ୟ ବାଛିବା ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କ ସହଯୋଗ ନେବାକୁ ସେ ଅନୁରୋଧ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଅବତୈନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ଚିଠି

ରାଜ୍ୟର ଜଣାଶୁଣା ପକ୍ଷୀ ବିଶାରଦ ଡଃ ଶିବ ପ୍ରସାଦ ପରିଡାଙ୍କୁ ମଧ୍ୟ ସେ ଟିମରେ ନେବା ପାଇଁ ସେ ଅନୁରୋଧ କରିଛନ୍ତି । ଡଃ ଶିବ ପ୍ରସାଦ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟରେ ଅନେକ ପକ୍ଷୀ ଓ ସ୍ତନ୍ୟପାୟୀ ବନ୍ୟପ୍ରାଣୀଙ୍କର ଟ୍ୟାକ୍ସିଡର୍ମି (Taxidermy) କରିବା ସହିତ ହାତୀ, ତିମି ଆଦିଙ୍କର କଙ୍କାଳକୁ ମଧ୍ୟ ଯୋଡିବାରେ ମହାରଥ ହାସଲ କରିଛନ୍ତି । ଯଦି ବିଭାଗ ଆବଶ୍ୟକ ମନେ କରେ ତେବେ ତାଙ୍କୁ ମଧ୍ୟ ଉକ୍ତ ଟିମରେ ସାମିଲ କରିପାରିବ ବୋଲି ଶୁଭେନ୍ଦୁ ସ୍ବେଚ୍ଛାକୃତ ଭାବେ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.