ଭୁବନେଶ୍ବର: କୋରୋନା ପାଇଁ ବାତିଲ ହେଲା ସମସ୍ତ ପରୀକ୍ଷା । ସୋମବାର ଠାରୁ ଉଚ୍ଚଶିକ୍ଷା ବିଭାଗରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ । ଏହା ସହିତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ସମସ୍ତ ଶିକ୍ଷା ବିଭାଗରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଏନେଇ ପରବର୍ତ୍ତି ତାରିଖ ପର୍ଯନ୍ତ ପରୀକ୍ଷାକୁ ଘୁଞ୍ଚାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି।
ପରବର୍ତ୍ତୀ ତାରିଖ ପାଇଁ ରାଜ୍ୟ ସରକାର ପରେ ନିଷ୍ପତି ନେବେ। ଏହା ସହିତ ବିପିୟୁଟି ଅଧିନରେ ଆସୁଥିବା ପରୀକ୍ଷା ସହ ଭିଆଇଏସଉଟିର ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ମଧ୍ୟ ବାତିଲ କରାଯାଇଛି । ତେବେ ଏନେଇ ସରକାର ପରବର୍ତ୍ତୀ ପର୍ଯାୟରେ ନିଷ୍ପତି ନେବାର କାର୍ଯକ୍ରମ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ