ଭୁବନେଶ୍ବର: କୋରୋନା ନେଲା ଆଉ 10 ଜୀବନ। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 626। ରାଜ୍ୟରେ ଆଜି 10 ଜଣଙ୍କର ମୁଣ୍ଡ ନେଇଛି କୋରୋନା। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ ମୁଣ୍ଡ ଗଡ଼ିଛି।
ଭୁବନେଶ୍ୱରରେ 62 ବର୍ଷର ଓ 66 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରେ 60 ବର୍ଷର ପୁରୁଷ, କଟକ ରେ 74 ଓ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଗଞ୍ଜାମରେ 55 ବର୍ଷର ପୁରୁଷ, କଳାହାଣ୍ଡିରେ 62 ବର୍ଷର ପୁରୁଷ, ଖୋର୍ଦ୍ଧା ରେ 60 ବର୍ଷର ପୁରୁଷ, ମୟୂୂରଭଞ୍ଜ ରେ 60 ବର୍ଷ ଓ ସୁବର୍ଣ୍ଣପୁରରେ 84 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ କୋରୋନା ରେ ମୃତ୍ୟୁ ସଂଖ୍ୟା 626 ରେ ପହଁଚିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ