ETV Bharat / city

ରେକର୍ଡ ରୁମ୍‌ରେ ନଥିଲା ରତ୍ନ ଭଣ୍ଡାର ଚାବି, ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ - congress targets state government

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ରେକର୍ଡ ରୁମ୍‌ରେ ଅଛି ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ରତ୍ନ ଭଣ୍ଡାର ଚାବି କେବେ ବି ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେ ନଥିଲା । ଅଧିକ ପଢ଼ନ୍ତୁ...

ରେକର୍ଡ ରୁମ୍‌ରେ ନଥିଲା ରତ୍ନ ଭଣ୍ଡାର ଚାବି, ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Sep 30, 2021, 9:40 PM IST

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ଆସିଲା ବଡ଼ ତଥ୍ୟ । ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ରେକର୍ଡ ରୁମ୍‌ରେ ଅଛି ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ରତ୍ନ ଭଣ୍ଡାର ଚାବି କେବେ ବି ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେ ନଥିଲା । ରେକର୍ଡ ରୁମ୍‌ ଖୋଲିବାକୁ କେବେ ରତ୍ନଭଣ୍ଡାର ଖୋଲିବାକୁ ଚାବି ଆସିନଥିଲା ।

ରେକର୍ଡ ରୁମ୍‌ରେ ନଥିଲା ରତ୍ନ ଭଣ୍ଡାର ଚାବି, ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ପୁରୀ ଜିଲ୍ଲା ରେକର୍ଡ ରୁମ୍‌ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି । ରେକର୍ଡ ରୁମ୍‌ରେ ଚାବି ଥିବା ନେଇ ତତ୍କାଳୀନ ଜିଲ୍ଲାପାଳ ସୂଚନା ଦେଇଥିଲେ ମଧ୍ୟ RTI ତଥ୍ୟରୁ ତାହା ଭୁଲ୍‌ ସାବ୍ୟସ୍ତ ହୋଇଛି । ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବିଜେଡି ଶାସନ କାଳରେ ଆଇନ ସଭିଁଙ୍କ ପାଇଁ ସମାନ ନୁହେଁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ । ପ୍ରଥମ ରତ୍ନ ଭଣ୍ଡାର ଚାବି ହଜେଇ ଦେଲେ ପରେ ନକଲ କାଗଜ କରି ରେକର୍ଡ ରୁମ୍‌ରେ ଚାବି ଅଛି କହିଲେ । ଏବେ RTI ତଥ୍ୟ ଦେଉଛି ରେକର୍ଡ ରୁମରେ ରତ୍ନ ଭଣ୍ଡାର ଚାବି ନାହିଁ । ଏହାର ଜବାବ ଉଚିତ୍‌ ସମୟରେ ଲୋକେ ଦେବେ ବୋଲି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟାନାୟକ କହିଛନ୍ତି ।

ଏହାକୁ କୌଣସି ମତ ରଖିବାକୁ ମନା କରି ଦେଇଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସକ କିମ୍ବା ଯେ କେହି ବି ଦାୟିତ୍ବରେ ଅଛନ୍ତି ସେ ହିଁ ଉତ୍ତର ଦେଇ ପାରିବେ ବୋଲି ସେ କହିଛନ୍ତି । ୨୦୧୮ ଅପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏଥିପାଇଁ 17 ଜଣିଆ କମିଟି ବି ଗଠନ କରାଯାଇଥିଲା । ରତ୍ନଭଣ୍ଡାର ଖୋଲିବାକୁ ଯାଇ ଫେରି ଆସିଥିଲା କମିଟି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.