ETV Bharat / city

କାଳ ସାଜିଛି ଏନଏଚ୍ ପାର୍କିଂ, ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା

author img

By

Published : Jan 4, 2021, 10:50 PM IST

ଚିନ୍ତା ବଢାଉଛି ଜାତୀୟ ରାଜପଥ । ପ୍ରତିଦିନ ଗଡୁଛି ମୁଣ୍ଡ । କାଳ ସାଜିଛି ଏନଏଚ୍ ପାର୍କିଂ । ଅଧିକ ପଢନ୍ତୁ...

NH parking is on the rise, and accidents are on the rise
କାଳ ସାଜିଛି ଏନଏଚ୍ ପାର୍କିଂ, ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା

ଭୁବନେଶ୍ବର : ଚିନ୍ତା ବଢାଉଛି ଜାତୀୟ ରାଜପଥ । କ୍ଷଣିକ ମଧ୍ୟରେ ଘଟୁଛି ଦୁର୍ଘଟଣା । ନିଇତି ଯାଉଛି ନୀରିହ ଜୀବନ । ଭାରିଜାନ ପାର୍କିଂ ସାଜିଛି ଦୁର୍ଘଟଣାର ମୁଖ୍ୟ କାରଣ । ରୋଡ କଡରେ ମନଇଚ୍ଛା ପାର୍କିଂ ପାଇଁ ଘଟୁଛି ଦୁର୍ଘଟଣା। ସ୍ଥାନେ ସ୍ଥାନେ ଢାବା ଓ ବିଶ୍ରାମ ନେବାକୁ ରାସ୍ତାରେ ଅଟକୁଛି ଭାରିଯାନ । ଫଳରେ ରାସ୍ତା ଉପରେ ପାର୍କିଂ ଯୋଗୁଁ ଦୂରରୁ ଆସୁଥିବା ଗାଡିକୁ ହେଉନି ଦୃ୍ଶ୍ୟମାନ । ପାର୍କିଂ ହୋଇଥିବା ଗାଡି ଚଳନ୍ତା ଅବସ୍ଥାର ଭ୍ରମ ସୃଷ୍ଟି କରି ଦୃତଗାମି ଗାଡିରେ ଘଟିଥାଏ ଦୁର୍ଘାଟଣା । ତଥ୍ୟ କହୁଛି ଦେଶରେ ଘଟୁଥିବା ଦୁର୍ଘଟଣା ୭୦ ଭାଗ ଘଟିଥାଏ ଏନଏଚ ଉପରେ। ଆଉ ୬୦ ପ୍ରତିଶତ ଦୁର୍ଘଟଣାରେ ଏନଏଚରେ ବାଇକ ଆରୋହି ହୋଇଥାନ୍ତି ଶିକାର । ୧୦ ପ୍ରତିଶତ ଦୁର୍ଘଟଣାର ବିଭିନ୍ନ କାରଣରୁ ଘଟିଥାଏ । ସେଥିମଧ୍ୟରୁ ଏନଏଚ ପାର୍କିଂ ହେଉଛି ମୁଖ୍ୟ କାରଣ । ଏପରିକି ଅନେକ ସ୍ଥାନରେ ବିଶ୍ରାମ ନେବା ପାଇଁ କି ଖାଇବା ପାଇଁ ଗାଡି ଡ୍ରାଇଭର ଗାଡି ଠିଆ କରନ୍ତି। ଫଳରେ ଅଧିକାଂଶ ସ୍ଥାନରେ ଗାଡି ଫ୍ଲାସର ନ ଦେବାଯୋଗୁଁ, ଦୂରରୁ ଆସୁଥିବା ଗାଡି ପାର୍କିଂ ଗାଡି ସମ୍ପର୍କରେ ଜାଣି ନ ପାରି ଦୁର୍ଘଟଣା ଘଟାନ୍ତି ।

ଅନେକ ସ୍ଥାନରେ ପାର୍କିଂରୁ ବାହାରି ଏନଏଚକୁ ଆସୁଥିବା ବେଳେ ଦୃତ ଗତିରେ ଆସୁଥିବା ଗାଡି ପିଟି ଦେଇଥାଏ । ତେଣୁ ଏନେଇ ସରକାର ସ୍ବତନ୍ତ୍ର ଭାବେ ଏନଏଚ କଡରେ ପାର୍କିଂ ଜୋନ ପ୍ରସ୍ତୁତ କରିବା ଦରକାର। । ଯେଉଁଠି ଢାବା ଓ ଟଏଲଟ ସହ ବିଶ୍ରାମ ନେବାର ବ୍ୟବସ୍ଥା ରହିବ। ଯାହାର ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିଲା। ହେଲେ ତାହା କାର୍ଯ୍ୟକାରୀ ନହେବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ପୂର୍ବତନ ରୋଡ ସେଫଟି ଅଫିସର ମକବଲ ଅଲ୍ଲୀ।ସେପଟେ, ଭୁବନେଶ୍ବରରେ ୨୦୨୦ ନଭେମ୍ବର ୩୦ ସୁଦ୍ଧା ଘଟିଛି ୪୫୨ ଟି ଦୁର୍ଘଟଣା। ସେଥିରୁ ଅଧିକାଂଶ ଦୁର୍ଘଟଣା ଏନଏଚ ଉପରେ ଘଟିଛି। ତେବେ ରାସ୍ତା ଉପରେ ହେଉଥିବା ପାର୍କିଂ ହଟାଇବାକୁ କମିସନରେଟ ପୋଲିସ ଗାଡିଟଣା ଅଭିଯାନ ଆପଣାଇଛି । ସହର ସମେତ ଏନଏଚକୁ ମଧ୍ୟ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଟ୍ରାଫିକ ଡିସିପି। ତେବେ ଏନଏଚ ଉପରେ ହେଉଥିବା ଦୁର୍ଘଟଣା ରୋକିବାକୁ ସରାକର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ଏବେ ନଜର। ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.