ETV Bharat / city

ସଂଘର୍ଷ ଓ ସଫଳତାର ଜ୍ବଳନ୍ତ ପ୍ରତିମୂର୍ତ୍ତୀ ‘ନାରୀ’ - ମହିଳା ଦିବସ

ମା ହୋଇ କେବେ କୋଳେଇ ନିଏ ସେ ତା କୋଳକୁ । ଜୀବନ ସାଥୀ ହୋଇ ପାଦ ମିଶାଇ ଚାଲେ ପାଦରେ । ଝିଅଟିଏ ହୋଇ ଘରେ ଭରିଦିଏ ଖୁସି । ସବୁ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇ ନିଏ ସେ । ଫୁଲ ପରି କୋମଳ ମନରେ କିନ୍ତୁ ଅପାର ଶକ୍ତି ଓ ସାହସ ଭରି ରହିଛି ତା’ ଭିତରେ ।

womens day, sign of struggle women, womens day special, ମୁଁ ନାରୀ, ମହିଳା ଦିବସ, ସଂଘର୍ଷ ଓ ସଫଳତାର ପ୍ରତୀକ ନାରୀ
ସଂଘର୍ଷ ଓ ସଫଳତାର ଜ୍ବଳନ୍ତ ପ୍ରତିମୂର୍ତ୍ତୀ ‘ନାରୀ’
author img

By

Published : Mar 8, 2020, 5:59 AM IST

ହାଇଦ୍ରାବାଦ: ନାରୀ... ଦୟା, କ୍ଷମା, ପ୍ରେମ ଓ ସଂଘର୍ଷର ପ୍ରତିମୂର୍ତ୍ତୀ । କେତେବେଳେ ସେ ସୀତାଙ୍କ ପରି ରମଣୀୟ, ସାବିତ୍ରୀ ପରି ପବିତ୍ର, ଅହଲ୍ୟା ପରି ସହନଶୀଳ, ତ କେତେବେଳେ ସେ ଶତୃ ସଂହାର ପାଇଁ ସାଜେ ମହିଷାମର୍ଦ୍ଦିନୀ ମା ଦୁର୍ଗା । ମା ହୋଇ କେବେ କୋଳେଇ ନିଏ ସେ ତା କୋଳକୁ । ଜୀବନ ସାଥୀ ହୋଇ ପାଦ ମିଶାଇ ଚାଲେ ପାଦରେ । ଝିଅଟିଏ ହୋଇ ଘରେ ଭରିଦିଏ ଖୁସି । ସବୁ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇ ନିଏ ସେ । ଫୁଲ ପରି କୋମଳ ମନ କିନ୍ତୁ ଅପାର ଶକ୍ତି ଓ ସାହସ ଭରି ରହିଛି ତା’ ଭିତରେ । କୌଣସି ପରିସ୍ଥିତିରେ ହାରିଯିବା ସେ ସ୍ବୀକାର କରେନା ।

ମାଟିଠୁ ଆରମ୍ଭ କରି ମଙ୍ଗଳଗ୍ରହ, ଆକାଶଠୁ ଆରମ୍ଭ କରି ଅନ୍ତରୀକ୍ଷ । ନାରୀ ସର୍ବଦା ପ୍ରତିପାଦନ କରିଛି ନିଜର ପାରଦର୍ଶିତା । ଜନନୀ, ଭଗିନୀ, ଅର୍ଦ୍ଧାଙ୍ଗିନୀ ଭୁମିକାରେ ସମସ୍ତ ସମ୍ପର୍କକୁ ସାଉଁଟି ରଖେ ସେ । ହେଲେ ଏ ସବୁ ପରିଚୟଠାରୁ ଢେର ଉର୍ଦ୍ଧ୍ବରେ ତା’ ନିଜସ୍ବ ପରିଚୟ । ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ତମାମ ବାଧା ବିଘ୍ନ, ଝଡ ଝଞ୍ଜାକୁ ଲଙ୍ଘି ସେ ହୁଏ ସ୍ବୟଂସିଦ୍ଧା । ଏମିତି କିଛି ମହିଳା ଯିଏ ନିଜ ଉଦ୍ୟମ ବଳରେ ସମାଜ ପାଇଁ ପାଲଟି ଯାଇଛନ୍ତି ଉଦାହରଣ ।

ସଂଘର୍ଷ ଓ ସଫଳତାର ଜ୍ବଳନ୍ତ ପ୍ରତିମୂର୍ତ୍ତୀ ‘ନାରୀ’

ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ନାରୀଟିଏ ନିଜର ସାମର୍ଥ୍ୟ ଓ ଶ୍ରେଷ୍ଠତା ପ୍ରତିପାଦନ କରିପାରେ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଭୁବନେଶ୍ବରର ସୁନିତା ମହାନ୍ତି ଯିଏ ନିଜ ଦୃଢ ନିଷ୍ଠା ବଳରେ ନିଜ ସହ ଅନ୍ୟ 1500 ଲୋକଙ୍କୁ କରିପାରିଛନ୍ତି ରୋଜଗାରକ୍ଷମ । ସହିପରି ଢେଙ୍କାନାଳର ଯାଜ୍ଞସେନୀ ଜେନା ଓ କେନ୍ଦୁଝରର ଅନିତା ମହାନ୍ତି ଧୂପକାଠି ଉଦ୍ୟୋଗ ମାଧ୍ୟମରେ ଅନେକ ମହିଳାଙ୍କ ଜୀବନରେ ମହକ ଭରୁଥିବା ବେଳେ ଗ୍ରାମୀଣ ମହିଳାଙ୍କ ଜୀବନକୁ ଧୂଆଁମୁକ୍ତ କରିବା ପାଇଁ ଧୂମବିହୀନ ଚୁଲା ପ୍ରସ୍ତୁତ କରୁଛନ୍ତି ଜଗତସିଂହପୁରର ମହିଳା ଉଦ୍ୟୋଗୀ ଶୁଭରାଣୀ ମହାନ୍ତି ।

ବଡି ଉଦ୍ୟୋଗ କରି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଯାଜପୁରର ସଂଯୁକ୍ତା ଦାଶ । ସେପଟେ ମାତା ପିତାଙ୍କ ସ୍ବପ୍ନ ସାକାର କରିବାକୁ ଅଷ୍ଟ୍ରେଲିଆରୁ କୋରାପୁଟ ଫେରି ରାଜେଶ୍ବରୀ ରେଡ୍ଡି ସାଜିଛନ୍ତି ସଫଳ କଫି ଉଦ୍ୟୋଗୀ । ଆଉ ଗ୍ରାମାଞ୍ଚଳର କାରିଗରଙ୍କ ସହ ତାଳପତ୍ର କଳାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ସାଇନି ଖୁଣ୍ଟିଆ ବି କିଛି କମ ନୁହନ୍ତି । ଓଡିଶା ସୁନ୍ଦର କଳା ସଂସ୍କୃତିକୁ ବିଶ୍ବରେ ପରିଚିତ କରିବାରେ ବେଶ ସହାୟକ ହୋଇଛନ୍ତି ଭୁବନେଶ୍ବରର ଚିଦାତ୍ମିକା ଖଟୁଆ ଓ ତାରା ଦାସ । ଜଣେ ଆଦିରାଣୀର ସ୍ରଷ୍ଟା ଆଉ ଜଣେ ଆରିସା ପିଠା ଉଦ୍ୟୋଗର ।

ଆଜିର ନାରି ମର୍ତ୍ତ୍ୟରୁ ଯାଇ ମଙ୍ଗଳରେ ପହଁଞ୍ଚିବାର କ୍ଷମତା ରଖୁଛି । ଦୂତି ହୋଇ ସେ ଜୀବନର ଯାତ୍ରାର ଅନେକ ମାଇଲ ଦୌଡିପାରେ, ସିତାରମଣ ହୋଇ ସେ ଦେଶର ପ୍ରତିରକ୍ଷା ଭାର ମୁଣ୍ଡାଇପାରେ, ସେ କଳ୍ପନା ହୋଇ ଆଶାର ମହାକାଶକୁ ଉଡିପାରେ ।

‘ନ’ ‘ଅଇରି’... ନାରୀ । ଯାହାର କେହି ଶତ୍ରୁ ନାହାଁନ୍ତି ସେ ହେଉଛି ନାରୀ । ଯିଏ ସଂସାରକୁ ପ୍ରେମ ଶିଖାଏ ସେ ହେଉଛି ନାରୀ । ସୃଷ୍ଟି ସଂରଚନାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନାରୀର । ଅନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ନାରୀଙ୍କୁ ଶତ ଶତ ପ୍ରଣାମ । ନାରୀ ବଞ୍ଚିଲେ ସୃଷ୍ଟି ବଞ୍ଚିବ । ନାରୀ ହସିଲେ ସୃଷ୍ଟି ହସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.