ETV Bharat / city

କଲେଜରୁ ବହିଷ୍କାର ପରେ ଜୀବନ ହାରିଲେ ଛାତ୍ର

କଲେଜ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଛାତ୍ର ହେଲେ ବହିଷ୍କାର । ଆଉ ମାନସିକ ନିର୍ଯାତନା ଯୋଗୁଁ ଯୁକ୍ତ 2 ଛାତ୍ର ଜୀବନ ହାରିଥିବା ଅଭିଯୋଗ ହୋଇଛି ।

author img

By

Published : Aug 28, 2019, 5:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସୀମା ଟପିଲେ କଲେଜ କର୍ତ୍ତୃପକ୍ଷ । କଲେଜ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଛାତ୍ରକୁ ପ୍ରଥମେ ବହିଷ୍କାର କଲେ । ଯାହାର ପରିଣାମ ସ୍ବରୁପ ମାନସିକ ନିର୍ଯାତନା ଯୋଗୁଁ ଯୁକ୍ତ 2 ଛାତ୍ର ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଏକ ଘରୋଇ କଲେଜରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ରୁଦ୍ଧି ନନ୍ଦନ ପ୍ରଧାନ ନାମକ ଛାତ୍ରକୁ ଗତ ମାସ ୧୫ ତାରିଖରେ ବହିଷ୍କାର ପରେ ଛାତ୍ର ଜଣକ ମାନସିକ ଦୁଶ୍ଚିନ୍ତାରେ ଗତ ୧୮ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତଦେହ ବ୍ୟବଚ୍ଛେଦ ବେଳେ ତାଙ୍କ ବାପା କୋହଭରା କଣ୍ଠରେ କହିଛନ୍ତି ଯେ, ତାଙ୍କ ପୁଅର ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ହିଁ ଦାୟୀ ।

ଏପରିକି ଏନେଇ ଚନ୍ଦକା ଥାନାରେ ଗତ ୨୬ ତାରିଖରେ ଏତଲା ଦେଇଥିଲେ ବି ଚନ୍ଦକା ଥାନା ପୋଲିସ ଅଭିଯୋଗ ଶୁଣୁନଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ଏନେଇ ତାଙ୍କ ବାପା କଲେଜ ଏମଡି ନିରଞ୍ଜନ ଦାସକୁ ଦାୟୀ କରିଛନ୍ତି । ସେ, କହିଛନ୍ତି ଘଟଣାର ସଠିକ ତଦନ୍ତ ହେଲେ ପୁରା ସତ ସାମ୍ନାକୁ ଆସିବ ଏବଂ ଦୋଷୀକୁ ଦଣ୍ଡ ମିଳିଲେ ତାଙ୍କ ପୁଅକୁ ନ୍ୟାୟ ମିଳିବ ।

ତେବେ ରିଦ୍ଧି ନନ୍ଦନ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରିମୁଣ୍ଡା ଗୋଡିଝରରେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ରଷ୍ଟିକେଟ ପାଇଁ ଜିବନ ହାରିଲେ ଛାତ୍ର,
ତ୍ରିବେଣି ଏକାଡେମି ନାରେ ଅଭିଯୋଗBody:

ସିମା ଟପିଲେ କଲେଜ କତୃପକ୍ଷ।କଲେଜ ବିରୋଧରେ ସ୍ବର ଉତୋଳନ କରିବାରୁ ଛାତ୍ରକୁ କଲେ ରଷ୍ଟିକେଟ। ଯାହାର ପରିମାଣସ୍ବରୁପ ମାନସିକ ନିର୍ଯାତନା ଯୋଗୁଁ ଜିବନ ହାରିଲେ ଯୁକ୍ତ୨ ଛାତ୍ର। ଏଭଳି ଘଟଣା ଘଟିଛି ଚନ୍ଦକା ଥାନା ତ୍ରିବେଣି ଏକାଡେମି କଲେଜରେ। ରଦ୍ଧିନନ୍ଦନ ପ୍ରଧାନ ନାମକ ଛାତ୍ରକୁ ଗତ ମାସ ୧୫ ତାରିଖରେ ରଷ୍ଟିକେଟ ପରେ ଛାତ୍ର ଜଣକ ମାନସିକ ଦୁଶ୍ଚିନ୍ତାରେ ଗତ ୧୮ ତାରିଖରେ ବିଷ ପିଇଥିଲେ। ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଚିକିତ୍ସା ପରେ ଗତକାଲି ରାତ୍ରିରେ ମୃତ୍ଯ ହୋଇଛି। ଶବର ବ୍ଯବଛେଦ ବେଳେ କାଙ୍କ ବାପା କହିଛନ୍ତି ତାଙ୍କ ପୁଅକୁ କଲେଜ କତୃପକ୍ଷ ମାରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ଏନେଇ ଚନ୍ଦକା ଥାନାରେ ଗତ ୨୬ ତାରିଖରେ ଏତଲା ଦେଇଥିଲେ ବି ଚନ୍ଦକା ଥାନା ପୋଲିସ ଅଭିଯୋଗ ଶୁଣୁନଥିବା ବାପା କହିଛନ୍ତି।ତେବେ ଏନେଇ ତାଙ୍କ ବାପା କଲେଜ ଏମଡି ନିରଞ୍ଜନ ଦାସକୁ ଏଥିପାଇଁ ଦାୟି କରିଛନ୍ତି। ସେକହିଛନ୍ତି ଘଟଣାର ସଠିକ ତଦନ୍ତ ହେଲେ ପୁରା ସତ ସାମ୍ନାକୁ ଆସିବ ଏବଂ ଦୋଷିକୁ ଦଣ୍ଡ ମିଳିଲେ ତାଙ୍କ ପୁଅକୁ ନ୍ଯାୟ ମିଳିବ ବୋଲି କହିଛନ୍ତି।ତେବେ ରିଦ୍ଧିନନନ୍ଦନ ଯୁକ୍ତ ଦୁଇ ଦିତିୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ।ତାଙ୍କ ଘର ଖୋର୍ଦା ଜିଲ୍ଲା ବାଣପୁର ଥାନା ଗମ୍ଭାରିମୁଣ୍ଡା ଗୋଡିଝରର ରତ୍ନାକର ପ୍ରଧାନଙ୍କ ଦିତିୟପୁତ୍ର।

Conclusion:ବାଇଟ-ରତ୍ନାକର ପ୍ରଧାନ,ମୁତ ଛାତ୍ର ବାପା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.