ETV Bharat / city

ଦୁର୍ନୀତିଗ୍ରସ୍ତ ସିଡିପିଓଙ୍କୁ ଥଇଥାନ ପାଇଁ ଚାଲିଛି ପ୍ରସ୍ତୁତି, ଏସଏଚଜି ସଙ୍ଘର ଅସନ୍ତୋଷ

author img

By

Published : Apr 6, 2021, 3:34 PM IST

ଦୁର୍ନୀତିଗ୍ରସ୍ତ ସିଡିପିଓ ବିପୁଳା ସର୍ଦାରଙ୍କୁ ବାରମ୍ବାର ନିଲମ୍ବିତ କରିବା ପରେ ବି ଥଇଥାନ ପାଇଁ ଚାଲିଛି ପ୍ରସ୍ତୁତି । ଯାହାକୁ ନେଇ ଏସଏଚଜି ସଂଘର ମହିଳାଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢନ୍ତୁ...

ଦୁର୍ନୀତିଗ୍ରସ୍ତ ସିଡିପିଓଙ୍କୁ ଥଇଥାନ ପାଇଁ ଚାଲିଛି ପ୍ରସ୍ତୁତି

ମାଲକାନଗିରି: ସାମାଜ କଲ୍ୟାଣ ବିଭାଗର ଅଜବ ନୀତି। ଜଣେ ସିଡିପିଓ ବାରମ୍ବାର ନିଳମ୍ବିତ ହେବା ପରେ ବି ପୁଣି ତାଙ୍କୁ ମାମଲକାନଗିରି ଜିଲ୍ଲାରେ ହିଁ ଥଇଥାନ କରାଯାଉଛି । ଏହାକୁ ନେଇ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ସେହି ବ୍ୟକ୍ତି ଜଣକ ହେଲେ ପଡିଆ ବ୍ଲକର ସିଡିପିଓ ଦାୟିତ୍ବରେ ଥିବା ବିପୁଳା ସର୍ଦାର।

ଏସଏଚଜି ସଂଘର ଅସନ୍ତୋଷ ପ୍ରକାଶ
ଏସଏଚଜି ସଂଘର ଅସନ୍ତୋଷ ପ୍ରକାଶ

ବିପୁଳା ବାରମ୍ବାର ନିଳମ୍ବିତ ହେବା ପରେ ପୁଣି ପଡିଆ ବ୍ଲକରେ ସିଡିପିଓ ଦାୟିତ୍ବରେ ରହିଛନ୍ତି । ଯାହାକୁ ନେଇ ମାଲକାନଗିରି ଜିଲ୍ଲାର କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

ପ୍ରକାଶ ଥାଉ କି, ବିପୁଳା ସର୍ଦାର କୋରକୋଣ୍ଡା ଏବଂ ପଡିଆ ବ୍ଲକରେ ସୁପରଭାଜର ଥିବାବେଳେ ଆର୍ଥିକ କାରବାରରେ ଲିପ୍ତ ଥିବା ନେଇ ନିଲମ୍ବିତ ହୋଇଥିଲେ। ଗତବର୍ଷ ଭୁଲ ତଥ୍ୟ ଉପସ୍ଥାପନା କରି ଜିଲ୍ଲାପାଳଙ୍କୁ ନ ଜଣାଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଭାବିତ କରି କୋରକୋଣ୍ଡାରେ ସିଡିପିଓ ଏବଂ ପରେ ମାଲକାନଗିରି ସିଡିପିଓ ଦାୟିତ୍ବରେ ରହି ବହୁ ଦୁର୍ନୀତିରେ ଲିପ୍ତ ରହିଥିଲେ। ଭୁଲ ତଥ୍ୟ ଦେଇ ସିଡିପିଓ ହୋଇଥିବାରୁ ତାଙ୍କୁ ସରକାର ପୁଣି ନିଳମ୍ବିତ କରିଥିଲେ। ଏବେ ପୁଣି ତାଙ୍କୁ ପଡିଆ ବ୍ଲକରେ ଅବସ୍ଥାପିତ କରାଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି କରିବା ସହ ତୁରନ୍ତ ବିପୁଳାଙ୍କୁ ଏହି ଜିଲ୍ଲାରୁ ହଟାଯାଉ ବୋଲି ଦାବି କରିଛନ୍ତି।

ସଂଘ କରିଥିବା ଦାବି ଗୁଡିକ ମଧ୍ୟରୁ ବିପୁଳା ସର୍ଦାରଙ୍କୁ ଜିଲ୍ଲାରୁ ହଟାଇ, ସେ ସିଡିପିଓ ଥିବା ସମୟର ସମସ୍ତ ଦୁର୍ନୀତିର ତଦନ୍ତ କରାଯାଉ, ଜିଲ୍ଲାରେ ଦକ୍ଷ ଏବଂ ଅଭିଜ୍ଞ ସିଡିପିଓଙ୍କୁ ନିଯୁକ୍ତି ଦେବା, ସରକାରୀ ଯୋଜନାରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠୀକୁ ଠିକ ସମୟରେ ଉଚିତ ପ୍ରାପ୍ୟ ପ୍ରଦାନ କରିବା, ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀକୁ କର୍ମ ଯୋଗାଇବା, ବ୍ୟାଙ୍କ ଋଣ ଓ ତାଲିମ ପ୍ରଦାନ କରିବା ଇତ୍ୟାଦି ରହିଛି । ବିପୁଳାଙ୍କୁ ତୁରନ୍ତ ଜିଲ୍ଲାରୁ ହଟା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧମକ ଦେଇଛି ସଂଘ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.