ETV Bharat / city

ଭୁବନେଶ୍ବରରୁ 93 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା

ଗୁରୁବାର ଭୁବନେଶ୍ବରରୁ 93 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 254 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ 93 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 29, 2020, 5:11 PM IST

ଭୁବନେଶ୍ବର: ରାଜଧାନୀରେ 28 ହଜାର ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ଗୁରୁବାର ଭୁବନେଶ୍ବରରୁ 93 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 254 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବୁଧବାର ଭୁବନେଶ୍ବରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 21 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 72 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ହୋମ କ୍ଵରେଣ୍ଟାଇନରେ ଚିହ୍ନଟ 21 ଆକ୍ରାନ୍ତଙ୍କ ମାଧ୍ୟରୁ 4 ଜଣ ବଡଗଡ, 2 ଜଣ ମଞ୍ଚେଶ୍ବର, 2 ଜଣ ବମିଖାଲ, 2 ଜଣ ସହିଦ ନଗର, ପଲସପଲି ଓଲ୍ଡ଼ ଟାଉନ, ରସୁଲଗଡ଼, ଭିଏସଏସ ନଗର, ବିଜେବି ନଗର ଓ ଆଇଗିନିଆରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି 72 ସ୍ଥାନୀୟ ଆକ୍ରାନ୍ତ ମଧ୍ୟରୁ 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଡ଼ମଣା, 4 ଜଣ ବମୀଖାଲ, 5 ଜଣ ବଡଗଡ, 3 ଜଣ ଆଇଆରସି ଭିଲେଜ, 4 ଜଣ ମଞ୍ଚେଶ୍ବର, 4 ଜଣ ନୟାପଲି, 5 ଜଣ ପଟିଆ, 4 ଜଣ ସହିଦ ନଗର, 3 ଜଣ ୟୁନିଟ-3, 4 ଜଣ ଶୈଳେଶ୍ରୀ ବିହାର ଏବଂ 3 ଜଣ ସାମନ୍ତରାୟପୁର ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 28,985 ରେ ପହଞ୍ଚିଛି । ମୋଟ ଆକ୍ରାନ୍ତ ମଧ୍ୟରୁ 27080 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1722 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଭୁବନେଶ୍ବରରୁ ମୋଟ 162 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.