ETV Bharat / city

ରାଜଧାନୀରେ 87 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 237 ସୁସ୍ଥ - କୋରୋନା ସଂକ୍ରମିତ

ଭୁବନେଶ୍ବରରେ ଆଜି(ଶୁକ୍ରବାର) 87 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 29 ହଜାର ପାର ହୋଇଛି। ଅଧିକ ପଢ଼ନ୍ତୁ...

ରାଜଧାନୀରେ 87 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 237 ଜଣ ସୁସ୍ଥ।

author img

By

Published : Oct 30, 2020, 7:02 PM IST

ଭୁବନେଶ୍ବର: ଭୁବନେଶ୍ବରରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 29 ହଜାର ପାର ହୋଇଛି। ରାଜଧାନୀରେ ଆଜି(ଶୁକ୍ରବାର) 87 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ 19 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ସ୍ଥାନୀୟ ଅଞ୍ଚଳରୁ 68 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର 72 ପାର ହୋଇଛି। ଏହାସହ ଆଜି 237 କୋରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ରାଜଧାନୀରେ 87 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 237 ଜଣ ସୁସ୍ଥ।
ରାଜଧାନୀରେ 87 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 237 ଜଣ ସୁସ୍ଥ।

କ୍ବାରେଣ୍ଟିନ ସେଣ୍ଟରରେ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖଣ୍ଡଗିରିରୁ ସର୍ବାଧିକ 4ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ନୟାପଲ୍ଲୀ ଓ ବରମୁଣ୍ଡାରୁ 3 ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୟୁନିଟ 6ରୁ ଦୁଇ ଜଣ, ଭୀମଟାଙ୍ଗି, ଆଇଆରସି ଭିଲେଜ, ପାତ୍ରପଡା, ସତ୍ୟ ବିହାର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି।

ସେପଟେ ସ୍ଥାନୀୟ କୋରୋନା ସଂକ୍ରମିତ 68 ଜଣଙ୍କ ମଧ୍ୟରୁ ଶୈଳଶ୍ରୀ ବିହାର ଓ ୟୁନିଟ-6 ଅଞ୍ଚଳରୁ ସର୍ବାଧିକ 5ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ନୟାପଲ୍ଲୀ ଅଞ୍ଚଳ ଓ ଚନ୍ଦ୍ରଶେଖପୁର 4 ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଡୁମଡୁମା, ବରମୁଣ୍ଡା, ଓଲ୍ଡ଼ ଟାଉନ ଓ ରସୁଲଗଡ଼ରୁ 3 ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାର, ଗ୍ୟାରେଜ ଛକ, ପାତ୍ରପଡା, ପଟିଆ ଓ ୟୁନିଟ 9 ଆଦି ଅଞ୍ଚଳରୁ ଦୁଇ ଜଣ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 29 ହଜାର 317 ଜଣ ସୁସ୍ଥ ହୋଇ ଫେରିଛନ୍ତି। 164 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଭୁବନେଶ୍ବରରେ 1 ହଜାର 570 ସକ୍ରିୟ କୋରୋନା ଆକ୍ରାନ୍ତ ରହିଛନ୍ତି। ରାଜଧାନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ କ୍ବାରେଣ୍ଟିନ ସେଣ୍ଟର ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। କୋରୋନା ଭାଇରସକୁ ସଚେତନ ରହିବାକୁ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.