ETV Bharat / city

ଆସନ୍ତକାଲିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା ଆରମ୍ଭ

author img

By

Published : Nov 14, 2021, 8:07 PM IST

ଆସନ୍ତାକାଲି ଠାରୁ(ସୋମବାର) କ୍ଳାସ ରୁମରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା ଆରମ୍ଭ । କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ହେବ । ସକାଳ 9 ଟା 30 ରୁ ମଧ୍ୟାହ୍ନ 1 ପର୍ଯ୍ୟନ୍ତ ହେବ କ୍ଳାସ । ଅଧିକ ପଢନ୍ତୁ

ଆସନ୍ତକାଲି ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା ଆରମ୍ଭ

ଭୁବନେଶ୍ବର: କରୋନା ପାଇଁ ରାଜ୍ୟରେ ପର୍ଯ୍ୟାୟ କ୍ରମେ ସମସ୍ତ କ୍ଳାସ ଖୋଲାଯାଉଛି । ତେବେ ଆସନ୍ତାକାଲି(ସୋମବାର) ଷଷ୍ଠ ସପ୍ତମ ଶ୍ରେଣୀ ଖୋଲାଯାଉଛି । ସକାଳ 9 ଟା 30 ରୁ ମଧ୍ୟାହ୍ନ 1 ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କ୍ଳାସ ରୁମରେ ବସି ପାଠ ପଢିପାରିବେ । କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ପାଠପଢ଼ା ଆରମ୍ଭ ହେବ । ପୂର୍ବରୁ ଅଷ୍ଟମ, ନବମ, ଦଶମ, ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀ କ୍ଳାସ ରୁମରେ ପାଠପଢ଼ା ହେଉଥିବାବେଳେ ଆଗାମୀ ଦିନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟାୟକ୍ରମେ ଖୋଲାଯିବ । ଆସନ୍ତାକାଲି ଅଫଲାଇନରେ ପାଠପଢ଼ା ହେବା ସହ ଅନଲାଇନରେ ମଧ୍ୟ କ୍ଳାସ କରାଯିବ ।

ଆସନ୍ତାକାଲି ଆରମ୍ଭ ହେବ ଅଫଲାଇନରେ ଅଷ୍ଟମ ଶ୍ରେଣୀ ପାଠପଢ଼ା । ପାଠପଢ଼ା ସମୟରେ ସମସ୍ତ ଏସଓପି କଟକଣା ମାନିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ । ଏହାସହ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ । ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକଙ୍କ ପରାମର୍ଶରେ ଅଫଲାଇନ୍ କ୍ଲାସରେ ଯୋଗ ଦେବେ । କୋଭିଡ-19 ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ଦିନଠାରୁ ଉପରୋକ୍ତ ଶ୍ରେଣୀ ଗୁଡ଼ିକ ପାଇଁ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ । ତଥାପି, ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ ଅଟେ ।

ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀ ଥଣ୍ଡା ବା କଫ ଜନିତ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଯେଉଁ ସ୍ଥାନରେ କରୋନା ସଂକ୍ରମଣ ଅଧିକ ରହିଥିବ, ସେହି ସ୍ଥାନ ଗୁଡିକରେ ଥିବା ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.