ETV Bharat / city

ଭୁବନେଶ୍ବରରେ 47 କୋରୋନା ପଜେଟିଭ ଚିହ୍ନଟ, 54 ସୁସ୍ଥ

ରାଜଧାନୀରେ 47 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ 54 ଜଣ ସୁସ୍ଥ ହୋଇଛନ୍ତି । ଜାଣନ୍ତୁ କେଉଁଠୁ କେତେ ପଜିଟିଭ୍ କେସ୍ ରହିଛି ।

author img

By

Published : Nov 26, 2020, 7:12 PM IST

47 କୋରୋନା ପଜେଟିଭ ଚିହ୍ନଟ
47 କୋରୋନା ପଜେଟିଭ ଚିହ୍ନଟ

ଭୁବନେଶ୍ବର: ଦେଶରେ କୋରୋନା ଭାଇରସର ଦ୍ବିତୀୟ ୱେଭ ଆରମ୍ଭ ହୋଇଯାଇ ଥିବାବେଳେ ରାଜ୍ୟରେ ଏବେ କୋରୋନା ସଂକ୍ରମଣ ହ୍ରାସ ପାଉଛି । ଆଜି (ଗୁରୁବାର) ରାଜଧାନୀରେ 47 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ 54 ଜଣ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର କରିଛି । ଏହାସହ ରାଜଧାନୀରେ କୋରୋନା ମୃତ୍ୟୁ ସଂଖ୍ୟା 200 ଶହ ପାର କରିଛି ।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 9 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ 38 କେସ୍ ରହିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 213 ଛୁଇଁଛି । ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 610 ଜଣ ଚିହ୍ନଟ ହୋଇଛନ୍ତି। ହୋମ କ୍ଵରେଣ୍ଟାଇନରେ 9 ଜଣଙ୍କ ମଧ୍ୟମରେ 3 ଜଣ ନୟାପଲ୍ଲୀ, 2 ଜଣ ପଟିଆ, ବିଜେବି ନଗର, ଲକ୍ଷ୍ମୀ ସାଗର, ୟୁନିଟ-1 ରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ଏପଟେ ସ୍ଥାନୀୟ ସଂକ୍ରମଣ 38 ଚିହ୍ନଟ ହୋଇଥିବାବେଳେ 3 ଜଣ ବଡଗଡ 7 ଜଣ ଚନ୍ଦ୍ରଶେଖରପୁର, 4 ଜଣ ଜଗନ୍ନାଥ ନଗର, 2 ଜଣ ଲକ୍ଷ୍ମୀସାଗର , 4 ଜଣ ପଟିଆ, 4 ଜଣ ରସୁଲଗଡ, 2 ଜଣ ସାଳିଆସାହି, 2 ଜଣ ସୌଭାଗ୍ୟ ନଗର, 2 ଜଣ ୟୁନିଟ-7 ଆଦି ଅଞ୍ଚଳରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ମୋଟ ଆକ୍ରାନ୍ତ 30 ହଜାର 610 ଜଣ ଚିହ୍ନଟ ହୋଇଥିବା ବେଳେ 29 ହଜାର 875 ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ସକ୍ରିୟ ମାମଲା 501 ଅଛନ୍ତି । ଏହାସହ 213 ଜଣ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ବରରେ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.