ETV Bharat / city

ଲୁଟେରାଙ୍କ ଯୋଜନା ପଣ୍ଡ, ୪ ଗିରଫ - team

ରାଜଧାନୀରେ 4 ଲୁଟେରାଙ୍କୁ ଧରିଛି କ୍ୟୁଏଟି ଓ ଧଉଳି ଥାନା ପୋଲିସ । ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ରାଜଧାନୀ ଏମାନଙ୍କ ପାଇଁ ସୁବିଧାଜନକ ସ୍ଥାନ ପାଲଟିଛି । ଅଧିକ ତଥ୍ୟ ପାଇଁ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 29, 2019, 11:07 PM IST

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ରାଜଧାନୀ ସାଜିଛି ଅପରାଧୀଙ୍କ ପେଣ୍ଠସ୍ଥଳୀ । ନିର୍ବାଚନ ପାଇଁ ଅପରାଧୀ ଅପରାଧ ଜନିତ ଗତିବିଧିକୁ ମଧ୍ୟ ବୃଦ୍ଧି କରିଛନ୍ତି । କିନ୍ତୁ ଅପରାଧୀଙ୍କ ଏହି ଯୋଜନାକୁ ପଣ୍ଡ କରିଛି କ୍ୟୁଏଟି । ଏଥିସହ ୪ ଜଣଙ୍କୁ ଗିରଫ ମଧ୍ୟ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ମୋବାଇଲ ଫୋନ, ମାଉଜର ଓ ୨ଟି ଗୁଳି ଜବତ ହୋଇଛି । ଏମାନଙ୍କର ଚୋରା ବନ୍ଧୁକ ଓ ନିଶା କାରବାର ଭଳି ବେଆଇନ କାର୍ଯ୍ୟରେ ସମ୍ପୃକ୍ତି ରହିଛି । ଏମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ ପରେ ଲୁଟ କରି ଫେରାର ହୋଇଯାଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଧଉଳି ଥାନା ଅଞ୍ଚଳରେ ଧଉଳି ଥାନା ଓ କ୍ୟୁଏଟିର ଏକ ଟିମ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉ ବେଳେ 4 ଜଣ ଯୁବକ ଡକାୟିତ ଉଦ୍ୟମ କରୁଥିବା ବେଳେ ଉଭୟ ଟିମ ସେମାନଙ୍କୁ ଗିରଫ କରିଥିଲା । ଏ ସମସ୍ତ ଅପରାଧୀ ବାହାର ରାଜ୍ୟର ହୋଇଥିବା ବେଳେ ଏମାନେ ଭୁବନେଶ୍ଵରରେ ଭଡା ଘର ନେଇ ରହୁଥିଲେ । ଫଳରେ ଏମାନଙ୍କୁ ବିଭିନ୍ନ ଅପରାଧମୂଳକ କାର୍ଯ୍ୟ କରିବାକୁ ସୁବିଧା ମିଳୁଥିଲା । ତେବେ ଏହି ଲୁଟେରାଙ୍କ ଅନ୍ୟ କେଉଁ ଅପରାଧିକ ମାମଲାରେ ସମ୍ପର୍କ ରହିଛି ସେ ନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୋଲିସ ।

ରାଜଧାନୀରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ । ଏହିସବୁ ଅପରାଧ ଉପରେ ରୋକ ଲଗାଇବାକୁ ସକାଳ ସମୟରେ ସ୍ଥାନୀୟ ପୋଲିସକୁ ବାଇକ୍ ଓ ପିସିଆର ଯୋଗାଇ ଦିଆଯାଇଛି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରିମୋନୀରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ସେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭଯ ବେଶ ଖୁସି ବୋଲି କହିଛନ୍ତି। 

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ଇମାନଦାରୀର ସହ କହୁଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଚାନ୍ଦ,ତାରାରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.