ETV Bharat / city

ପାଣିଚିଆ ହେଇଗଲା ସଟରଡେ ନାଇଟ, ରାତି ଅଧିଆ ବାର ଉପରେ ଚଢାଉ କଲା ପୋଲିସ - କମିଶନରେଟ ପୋଲିସ

କମିଶନରେଟ ପୋଲିସର ବାର ଉପରେ ଚଢାଉ । ରାଜଧାନୀର ବିଭିନ୍ନ ମଦ ବାର ଉପରେ ଚଢାଉ କରିଛନ୍ତି ଏନଫୋର୍ସମେଣ୍ଟ ଟିମ ।

କୋରୋନା କଟକଣା ନମାନି ଅଡୁଆରେ ବାର୍‌, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

author img

By

Published : Dec 13, 2020, 10:39 AM IST

Updated : Dec 13, 2020, 11:50 AM IST

ଭୁବନେଶ୍ବର: କମିଶନରେଟ ପୋଲିସର ବାର ଉପରେ ଚଢାଉ । ରାଜଧାନୀର ବିଭିନ୍ନ ମଦ ବାର ଉପରେ ଚଢାଉ କରିଛନ୍ତି ଏନଫୋର୍ସମେଣ୍ଟ ଟିମ । ଲକ୍ଷ୍ମୀସାଗର, ବାଲିଅନ୍ତା ଆଦି ଅଞ୍ଚଳରେ ୯ଟି ବାରରେ ଏକ ପ୍ଲାଟୁନ ପୋଲିସ ସହ ଚଢାଉ କରିଥିଲେ ପୋଲିସ ଅଧିକାରୀ ।

ସେହିପରି ଖାରବେଳନଗର ଥାନା ଓ କ୍ୟାପିଟାଲ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳର ବାର ଉପରେ ଚଢାଉ କରାଯାଇଥିଲା । ତେବେ କୋଭିଡ କଟକଣାକୁ ଉଲ୍ଲଂଘନ କରି ବାରରେ ବସି ମଦ ପିଉଥିଲେ ଗ୍ରାହକ ।

ପାଣିଚିଆ ହେଇଗଲା ସଟରଡେ ନାଇଟ, ରାତି ଅଧିଆ ବାର ଉପରେ ଚଢାଉ କଲା ପୋଲିସ

କଟକଣା ଯୋଗୁଁ ବସି ମଦ ପିଇବାକୁ ଅନୁମତି ନଥିବା ବେଳେ କୋଭିଡ କଟକଣାକୁ ନମାନି ଏପରି କରୁଥିଲେ ଅନେକ ବାର ମାଲିକ ।

ଯାହାକୁ ନେଇ ଲକ୍ଷ୍ମୀସାଗରର ସ୍ବାଗତ ବାର ଓ ମହାନ୍ତି ବାରକୁ ସିଲ କରାଯାଇଥିବା ବେଳେ, ଖାରବେଳନଗର ଥାନା ଅଞ୍ଚଳରେ ମ୍ୟାଡମୁଲ ବାର ଓ କ୍ୟାପିଟାଲ ଥାନା ଅଞ୍ଚଳର ଅଜିତ ବାରକୁ ସିଲ କରାଯାଇଛି ।

ତେବେ ଏହି ମାମଲାରେ ଲକ୍ଷ୍ମୀସାଗର ଅଞ୍ଚଳରୁ ମଦ ପିଉଥିବା ଲୋକଙ୍କଠୁ ୪ହଜାର ଟଙ୍କା ସହ ଖାରବେଳ ଓ କ୍ୟାପିଟାଲ ଥାନା ଅଂଚଳରୁ ୨୮ ହଜାର ଟଙ୍କା ଫାଇନ ଆଦାୟ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 13, 2020, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.