ETV Bharat / city

31ତମ ସଡକ ସୁରକ୍ଷା ସପ୍ତାହ: ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ - 31ତମ ସଡକ ସୁରକ୍ଷା ସପ୍ତାହ

ଆରମ୍ଭ ହୋଇଛି 31ତମ ସଡକ ସୁରକ୍ଷା ସପ୍ତାହ । ଏନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେବା ସହ ଶନିବାର ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା । ଅଧିକ ପଢନ୍ତୁ...

31st road safety week, traffic awareness program, 31ତମ ସଡକ ସୁରକ୍ଷା ସପ୍ତାହ, ବିଭିନ୍ନ ଜିଲ୍ଲାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
31ତମ ସଡକ ସୁରକ୍ଷା ସପ୍ତାହ: ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ
author img

By

Published : Jan 11, 2020, 6:00 PM IST

ଭୁବନେଶ୍ବର: ଆରମ୍ଭ ହୋଇଛି 31ତମ ସଡକ ସୁରକ୍ଷା ସପ୍ତାହ । ଏନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେବା ସହ ଶନିବାର ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା । ସଡକ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଛି । କେବଳ ଅନୁଗୋଳ ନୁହେଁ ବିଭିନ୍ନ ଜିଲ୍ଲାରେ ଏନେଇ ଆରମ୍ଭ ହୋଇଛି ସଚେତନତା ଯାତ୍ରା ।

31ତମ ସଡକ ସୁରକ୍ଷା ସପ୍ତାହ: ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୋଳରେ ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ସପ୍ତାହେ ବ୍ୟାପି ଆୟୋଜିତ ହେବାକୁ ଥିବା ସଚେତନତା ପଦଯାତ୍ରା । ଜିଲ୍ଲାର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଜିଲ୍ଲାପାଳ ଆଶିଷ ଠାକରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଅନ୍ୟପଟେ କୋରାପୁଟରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ପତାକା ଦେଖାଇ ସଚେତନତା ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ସଡକ ସୁରକ୍ଷା ସଚେତନତା ବାର୍ତ୍ତା ବାହକ ଏହି ରଥ ପରେ ସମଗ୍ର ନଗର ଭ୍ରମଣ କରି ଲୋକଙ୍କୁ ସଚେତନ କରିଥିଲା । ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପାଳିତ ହୋଇଛି ସଡକ ସୁରକ୍ଷା ସପ୍ତାହ । ଏନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

କଳାହାଣ୍ଡିରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସପ୍ତାହେ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସଚେତନତା ରାଲି, ସଭା, ଚକ୍ଷୁ ପରୀକ୍ଷା ଆଦି ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି । ବ୍ରହ୍ମପୁରରେ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି ସଡକ ସୁରକ୍ଷା ସପ୍ତାହ ପାଳନ । ଏନେଇ ସହରର ବ୍ୟସ୍ତତମ ଛକମାନଙ୍କରେ ସଚେତନତା ବାର୍ତ୍ତା ଥିବା ଲିଫଲେଟ ଓ ଚକୋଲେଟ ବାଣ୍ଟିଛନ୍ତି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟମାନେ ।

ସେପଟେ ଦେବଗଡ ଓ ଢେଙ୍କାନାଳରେ ମଧ୍ୟ 31ତମ ସଡକ ସୁରକ୍ଷା ସପ୍ତାହକୁ ନେଇ ଦେଖିବାକୁ ମିଳିଥିଲା ଉତ୍ସାହ । ସଚେତନତା ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏହି ଶୋଭାଯାତ୍ରା ଦ୍ବାରା ଲୋକେ ସଚେତନ ହୋଇ ନିଜ ଜୀବନକୁ ମହା ବିପଦରୁ ରକ୍ଷା କରିବେ ବୋଲି ଆଶା କରିଛନ୍ତି ଯୋଗ ଦେଇଥିବା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । ଢେଙ୍କାନାଳରେ ଏସପି ଅନୁପମା ଜେମସ ଓ ଦେବଗଡରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସପି ରାହୁଲ ଜୈନ ପତାକା ଦେଖାଇଥିଲେ । ଏହି ସଚେତନତା ଗାଡି ଗୁଡିକ ଆଗାମୀ ସପ୍ତାହେ ଯାଏଁ ଜିଲ୍ଲାର ବିଭିନ୍ନ ଗାଁମାନଙ୍କରେ ବୁଲି ବୁଲି ଲୋକଙ୍କ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ସ୍ଲଗ- କେନ୍ଦୁଝରରେ ଆରମ୍ଭ ହେଲା ୩୧ତମ ସଡକ ସୁରକ୍ଷା ସପ୍ତାହ ଦିବସBody:ଆଙ୍କର- ଦିନକୁ ଦିନ ସଡ଼କ ଜନିତ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି । ଏହି ସଡ଼କ ଜନିତ ଦୁର୍ଘଟଣା ରୋକିବା ପାଇଁ ସରକାର ତତ୍ପରତା ଦେଖାଉଛନ୍ତି । ଏଥିପାଇଁ ସଡ଼କ ସୁରକ୍ଷା ଦିବସ ପାଳନ କରୁଛନ୍ତି । ସବୁ ବର୍ଷ ପରି କେନ୍ଦୁଝରରେ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ ହୋଇଛି। ୧୧ ତାରିଖ ରୁ ଆରମ୍ଭ ହୋଇ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ଏହି ସଡ଼କ ସୁରକ୍ଷା ଦିବସ ପାଳନ ଅବସରରେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଠାକରେ ଏହି ସଚେତନତା ପଦଯାତ୍ରା କୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

ବାଇଟ- ଆଶିଷ ଠାକରେ ( ଜିଲ୍ଲାପାଳ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.