ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ସମେତ ୩ ମନୋନୀତ ହୋଇଛନ୍ତି । ଏହି 3 ଜଣ 4 ବର୍ଷ ପାଇଁ ସିଣ୍ଡିକେଟ୍ ସଦସ୍ୟ ଭାବେ କାର୍ଯ୍ୟ କରିବେ । ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରଫେସର ଜୟନ୍ତ କୁମାର ମହାପାତ୍ର ପୂର୍ବରୁ ବ୍ରହ୍ମପୁର ବିଶ୍ବବିଦ୍ୟାଲୟରେ କୁଳପତି ଭାବରେ କାର୍ଯ୍ୟ କରୁଥିଲେ । ଅନ୍ୟ 2 ମନୋନୀତ ସିଣ୍ଡିକେଟ୍ ସଦସ୍ୟ ହେଲେ ପୂର୍ବତନ ଡିଏମ୍ଇଟି ନିର୍ଦ୍ଦେଶିକା ଡ଼ଃ ସୋନାମାଲି ବାଗ୍ ଓ ବାରିପଦାର ପୂର୍ବତନ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର କୁଳପତି ସଂଘମିତ୍ରା ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ