ଭୁବନେଶ୍ବର: ରାଜଧାନୀରେ ଅଘଟଣ । ସେଫଟିକ ଟାଙ୍କିରେ ଫଲ୍ସ ଖସି ୩ ଶ୍ରମିକ ମୃତ । ଏଭଳି ଅଘଟଣ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପାଣ୍ଡରା ଛକ ନିକଟରେ ଘଟିଛି। ନିର୍ମାଣଧିନ ଘର ତଳେ ଥିବା ପାଣି ଟାଙ୍କି ସେଣ୍ଟ୍ରିଂ ଖସିକି ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଦମକଳ ଓ ପୋଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ମୃତକ ହେଲେ ଭିଗୁ ରାମ ମଣ୍ଡଳ,ସମୀରନ ମୂଲିୟନ, ବସୁଦେବ ମଣ୍ଡଳ। ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତେବେ ପାଖରେ ଥିବା ସେକେଣ୍ଡ ୱାଇଫ ହୋଟେଲ ପଛପଟେ ଘଟିଛି ଅଘଟଣ। ଜଣେ ଠିକାଦାରଙ୍କ ଜରିଆରେ ଏହି ଶ୍ରମିକ ମାନେ ଆସି କାମ କରୁଥିବା ସୂଚନା ରହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ