ETV Bharat / city

ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ, ‘ନିର୍ଯାତିତାଙ୍କୁ ନ୍ୟାୟ ଦେବା ମୂଳଲକ୍ଷ୍ୟ’

ରାଜ୍ୟ ମହିଳା ଆୟୋଗର 27ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ରାଜ୍ୟରେ ମହିଳାଙ୍କ ଅଧିକାର ଓ ନ୍ୟାୟ ପାଇଁ ମହିଳା କମିଶନ ଆଗକୁ ଆସିଛି। ଅଧିକ ପଢନ୍ତୁ...

ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ, ସଚେତନତା ପାଇଁ ଆହ୍ବାନ
ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ, ସଚେତନତା ପାଇଁ ଆହ୍ବାନ
author img

By

Published : Jan 14, 2020, 4:00 PM IST

ଭୁବନେଶ୍ବର: ରାଜ୍ୟ ମହିଳା ଆୟୋଗର 27ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ରାଜ୍ୟରେ ମହିଳାଙ୍କ ଅଧିକାର ଓ ନ୍ୟାୟ ପାଇଁ ମହିଳା କମିଶନ ଆଗକୁ ଆସିଛି। ଯେଉଁଭଳି ଭାବରେ ମହିଳା ନିର୍ଯ୍ୟାତିତ ହେଉଛନ୍ତି ଆଗାମୀ ଦିନରେ ମହିଳା କିଭଳି ସୁରକ୍ଷିତ ରହିବେ ସେନେଇ ସଚେତନତା କରାଯାଉଛି।

ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ, ସଚେତନତା ପାଇଁ ଆହ୍ବାନ

ଓଡିଶା ରାଜ୍ୟ ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ। ରାଜ୍ୟ ମହିଳା କମିଶନଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ମାମଲା ସଂଖ୍ୟା 72 ହଜାର 299। ଏଥି ମଧ୍ୟରୁ 62 ହଜାର 303 ଟି ମାମଲା ସମାଧାନ ହୋଇଥିବା ବେଳେ 9 ହଜାର 996 ଟି ମାମଲାର ଶୁଣାଣି ଚାଲୁ ରହିଛି। ଏହା ବ୍ୟତୀତ ବିଭିନ୍ନ ସମ୍ବେଦନ ଘଟଣାରେ ମହିଳା ଆୟୋଗ ସ୍ବତଃ ପ୍ରବୃତ ଭାବରେ ମାମଲା ଗ୍ରହଣ କରି ମହିଳାଙ୍କର ଅଧିକାର ଓ ସ୍ବାର୍ଥକୁ ବଜାଇ ରଖିବାରେ ପ୍ରଚେଷ୍ଟା ଜାରି ରଖିଛି ମହିଳା କମିଶନର । ଏହି ଅବସରରେ ରାଜ୍ୟର ସମସ୍ତ ସଖୀ କର୍ମକର୍ତ୍ତାଙ୍କ ପାଇଁ ୱାନ ଷ୍ଟପ ସେଣ୍ଟରରେ କିଭଳି ଉତ୍ତମ ଭାବରେ ସଚେତନତା ସୃଷ୍ଟି କରାଯିବ ସେନେଇ ଆଲୋଚନା କରାଯାଇଥିଲା ।

ଏହି ପ୍ରତିଷ୍ଠା ଦିବସ ଅବସରରେ ଶିଶୁ ମହିଳା ବିକାଶ ଓ ମିଶନ ଶକ୍ତିମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଏହି ଆୟୋଗ ସମାଜରେ ନିର୍ଯାତିତା ମହିଳାଙ୍କୁ କିଭଳି ଭାବରେ ସୁରକ୍ଷାରେ ଦିଆଯାଇ ପାରିବ ଓ ନ୍ୟାୟ ମିଳିବ ସେଥିପ୍ରତି ଆୟୋଗର ନିଷ୍ଠା ରହିଛି । ଭବିଷ୍ୟତରେ ଏହି ଆୟୋଗ ମହିଳାଙ୍କ ପାଇଁ ଭଲ କାମ କରିବ ବୋଲି ସେ କହିଛନ୍ତି।

ଏହି ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶିଶୁ ଓ ମହିଳା ବିକାଶ ସେକ୍ରେଟାରୀ ନିତ୍ୟାନନ୍ଦ ବାରିକ, ଚନ୍ଦ୍ରମୁଖୀ ଦେବୀ କମିଶନ ମେମ୍ବର ଓ ମହିଳା କମିଶନ ମିନତୀ ବେହେରା ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାଜ୍ୟ ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ, ସଚେତନତା ପାଇଁ ଆୱାନ।

ରାଜ୍ୟ ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ। ରାଜ୍ୟରେ ମହିଳାଙ୍କ ଅଧିକାର ଓ ନ୍ୟାୟ ପାଇଁ ମହିଳା କମିଶନ ଆଗକୁ ଆସିଛି। ଯେଉଁ ଭଳି ଭାବରେ ମହିଳା ମାନେ ନିର୍ଯ୍ୟାତିତ ହେଉଛନ୍ତି ଆଗାମୀ ଦିନରେ ମହିଳା ମାନେ କିଭଳି ସୁରକ୍ଷିତ ରହିବେ ସେନେଇ ସଚେତନତା କରାଯାଉଛି।

Body:

ଓଡିଶା ରାଜ୍ୟ ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ। ରାଜ୍ୟ ମହିଳା କମିଶନଙ୍କ ନିକଟରେ ପୁଞ୍ଜିକୃତ ହୋଇଥିବା କେଶ ସଂଖ୍ୟା 72 ହଜାର 299 ହୋଇଛି। ଏଥି ମଧ୍ୟରୁ 62 ହଜାର 303 ଟି କେଶ ସମାଧାନ ହୋଇଥିବା ବେଳେ 9 ହଜାର 996 ଟି କେଶ ର ଶୁଣାଣି ଚଳୁରହିଛି। ଏହା ବ୍ୟତୀତ ବିଭିନ୍ନ ସମ୍ବେଦନ ଘଟଣାରେ ମହିଳା ଆୟୋଗ ସ୍ୱତଃ ପ୍ରବୃତ ଭାବରେ କେସ ଗ୍ରହଣ କରି ମହିଳା ମାନଙ୍କର ଅଧିକାର ଓ ସ୍ୱାର୍ଥକୁ ବଜାଇ ରଖିବାରେ ପ୍ରଚେଷ୍ଟା ଜାରି ରହିଛି ମହିଳା କମିଶନଙ୍କର। ଏହି ଅବସରରେ ରାଜ୍ୟର ସମସ୍ତ ସଖୀ କର୍ମ କର୍ତ୍ତା ଙ୍କ ପାଇଁ ୱାନ ଷ୍ଟପ ସେଣ୍ଟର ରେ କିଭଳି ଉତ୍ତମ ଭାବରେ ପରିଚନା ସହ ବ୍ୟବହାର ର ସଚେତନାଟା ସୃଷ୍ଟି କରାଯିବ। ହସ ଫୁଟିଲା ପରିବାର ତିଷ୍ଠିଲା ବହିର ଉର୍ଣ୍ଣଚନା ହୋଇଛି।

ଏହି ପ୍ରତିଷ୍ଠା ଦିବସ ଅବସରରେ ଶିଶୁ ମହିଳା ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ଏହି ଆୟୋଗ ସମାଜରେ ନିର୍ଯାତିତା ମହିଳାଙ୍କୁ କିଭଳି ଭାବରେ ସୁରକ୍ଷାରେ ଦିଆଯାଇପାରିବ ଓ ନ୍ୟାୟ ଦିଆଯାଇପାରିବ ସେପ୍ରତି ଆୟୋଗର ନିଷ୍ଠା ରହିଛି ଭବିଷ୍ୟତରେ ଏହି ଆୟୋଗ ମହିଳାଙ୍କ ପାଇଁ ଭଲ କାମ କରୁ ବୋଲି କହିଛନ୍ତୁ।

ଏକ ସୁନ୍ଦର ସୃଷ୍ଟି ଗଠନ କରିବା ପାଇଁ ମହିଳା ମାନଙ୍କର ଭୂମିକା ଅତୁଳନୀୟ ରହିଥାଏ। ନାରୀ କୌଣସି ଉର୍ନୀତି ରେ କୌଣସି କାମରେ କମ ନୁହନ୍ତି।କିନ୍ତୁ ଦେଶରେ ବଡ ବଡ ପଦପଦବୀରେ ରହିଲେ ମଧ୍ୟ ଏବେ ବି ମହିଳା ମାନେ ଅବହେଳିତ ହେଉଛନ୍ତି। 1993 ଆକ୍ଟ ରେ ମହିଳା ମାନେ ସେମାନେ କିଭଳି ସୁରକ୍ଷିତ ରହିପାରିବେ। ଅନୁସୂଚିତ ଜାତି ଅନୁଜାତିର ଉର୍ନୀତି କରାଯାଇପାରିବ ସେନେଇ ସରକାରଙ୍କୁ ମଧ୍ୟ ସୁପାରିଶ କରିଥାନ୍ତି ମହିଳା କମିଶନର।
ଯେତେବେଳେ ଜଣେ ମହିଳା ନିର୍ଯ୍ୟାତନା ର ସିକାର ହେଉଛି ସେ କିଭଳି ଭାବରେ ମହିଳା କମିଶନ ଙ୍କ ନିକଟକୁ ଆସିବ ଓ ନିକଟସ୍ଥ ଥାନା କୁ ଯାଇପାରିବ ତାହାକୁ ସେନେଇ କିଭଳି ସାହାଯ୍ୟ ପାରିପାରିବ। ସେଥିପାଈଁ 181 ଡାଏଲ କରି ବିଭିନ୍ନ ସୂଚନା ବୁଝିପାରିବ ଜଣେ ନିର୍ଯ୍ୟାତିତ ମହିଳା ବୋଲି ମହିଳା କମିଶନର ମିନତୀ ବେହେରା କହିଛନ୍ତି।

ଏହି ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶିଶୁ ଓ ମହିଳା ବିକାଶ ସେକ୍ରେଟାରୀ ନିତ୍ୟାନନ୍ଦ ବାରିକ, ଚନ୍ଦ୍ରମୁଖୀ ଦେବୀ କମିଶନ ମେମ୍ବର ଓ ମହିଳା କମିଶନ ମିନତୀ ବେହେରା ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି।

Byte- ଟୁକୁନି ସାହୁ, ଶିଶୁ ମହିଳା ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ।
Byte- ମିନତୀ ବେହେରା , ରାଜ୍ୟ ମହିଳା କମିଶନ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.