ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି (ଶୁକ୍ରବାର) ରାଜ୍ୟରେ 218 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6,180ରେ ପହଞ୍ଚିଛି।
ଶୁକ୍ରବାର 21 ଜିଲ୍ଲାରୁ 218 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 198 ଜଣ କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 20 ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି। 218 ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ 17 ଆକ୍ରାନ୍ତ ରହିଥିବା ବେଳେ କେନ୍ଦୁଝରରେ 2, ନବରଙ୍ଗପୁରରେ 1, ଗଞ୍ଜାମରେ 49, ଅନୁଗୁଳ ଓ କଟକରେ 5, ଜଗତସିଂହପୁରରେ 29, ଭଦ୍ରକରେ 25, କନ୍ଧମାଳରେ 1, ନୂଆପଡାରେ 2, ଝାରସୁଗୁଡାରେ 4, ଯାଜପୁରରେ 1, ପୁରୀରେ 10, ଗଜପତିରେ 27, ବୌଦ୍ଧ 1, ସୁନ୍ଦରଗଡରେ 11, କେନ୍ଦ୍ରାପଡାରେ 6, ସମ୍ବଲପୁରରେ 2, ମୟୂରଭଞ୍ଜରେ 9, କୋରାପୁଟରେ 1 ଓ ବାଲେଶ୍ୱରରେ 7 ଆକ୍ରାନ୍ତ ରହିଛନ୍ତି। ଏଥିସହ ଏନଡ଼ିଆରଏଫରେ 7 ଜଣ ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି।
ପ୍ରକାଶ ଥାଉକି, ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 6,180ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4291 ଆକ୍ରାନ୍ତ ସୁସ୍ଥ, 1865 ଆକ୍ଟିଭ ଏବଂ 17 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ