ETV Bharat / city

ବ୍ରାଉନସୁଗାର ମାଫିଆ ରାଜାର 2 ସହଯୋଗୀ ଗିରଫ - ବ୍ରାଉନସୁଗାର ମାଫିଆ ରାଜାର 2 ସହଯୋଗୀ

କୁଖ୍ୟାତ ବ୍ରାଉନସୁଗାର ମାଫିଆ ଏସ କେ ରାଜାର 2 ସହଯୋଗୀଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ 2ଟି ବାଇକ, ଗୋଟିଏ ୟାମାହା, ତିନୋଟି ମୋବାଇଲ ସହ ପ୍ରମାଣପତ୍ର ଜବତ ହୋଇଛି।

2 brownsugar mafia arrested
ଗିରଫ ହେଲେ ବ୍ରାଉନସୁଗାର ମାଫିଆ ରାଜାର 2 ସହଯୋଗୀ
author img

By

Published : Dec 23, 2019, 11:29 PM IST

ଭୁବନେଶ୍ବର: କୁଖ୍ୟାତ ବ୍ରାଉନସୁଗାର ମାଫିଆ ଏସ.କେ ରାଜାର 2 ସହଯୋଗୀଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଛି। ଧରା ହୋଇଥିବା ଦୁଇ ସହଯୋଗୀ ବସନ୍ତ ବେହେରା(30) ଓ ନିଳାଦ୍ରୀ ଦାସ(26)ଙ୍କ ଠାରୁ 2ଟି ବାଇକ, ଗୋଟିଏ ୟାମାହା, 3ଟି ମୋବାଇଲ ସହ ପ୍ରମାଣପତ୍ର ଜବତ ହୋଇଛି।

ଏମାନେ ରାଜାର ଆଦେଶରେ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଖୋର୍ଦ୍ଧରେ ପହଞ୍ଚାଉଥିଲେ । ରାଜାକୁ ଗିରଫ କରିବା ପରେ, ରାଜାର ଏକ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତିକୁ ଠାବ କରିବାକୁ ଚେଷ୍ଟା କରୁଥିଲା ଏସଟିଏଫ୍। ଏହି ବ୍ରାଉନସୁଗାର ବାଲେଶ୍ବରର ଜଳେଶ୍ବର ଦେଇ ପଶ୍ଚିମବଙ୍ଗରୁ ଓଡିଶାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ଏସଟିଏଫ 2 ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଏସଡିଜେଏମ କୋର୍ଟକୁ ପଠାଇଥିବା ଜଣାପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବାଲେଶ୍ବରରୁ ଦୁଇ ବ୍ରାଉନସୁଗାର ବେପାରି ଗିରଫBody:

ବାଲେଶ୍ବରରୁ ୨ ବ୍ରାଉନସୁଗାର ବେପାରିକୁ ଗିରଫ କରିଛି ଏସଟିଏଫ ଟିମ।ବସନ୍ତ ବେହେରା ଓରଫ ବାସୁ ଓ ନିଳାଦ୍ରି ଦାସ ଓରଫ ନିଲୁ କୁ ବାଲେଶ୍ବରରୁ ଗିରଫ କରିଛି ଏସଟିଏଫ ଟିମ।ତେବେ ଗିରଫ ପରେ ଦୁଇଟି ବୁଲେଟ ସହ ଗୋଟିଏ ୟାମାହା ବାଇକ ଓ ତିନୋଟି ମୋବାଇଲ ଜବତ କରିଛି।ତେବେ ଖୋର୍ଦାରୁ ୧୫ .୭.୧୯ରୁ ଗିରଫ ହୋଇଥିବା ବ୍ରାଉନସୁଗାର ମାଫିଆ ଏସ କେ ରାଜାର ଥିଲେ ଏମାନେ ସହଯୋଗି ।ଯେକି ରାଜାର ଇସାରରାରେ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଖୋର୍ଦାରେ ପହଂଚାଉଥିଲେ।ତେବେ ଏସ କେ ରାଜାର ଏକ କୋଟିରୁ ଉର୍ଧ ଟଙ୍କାର ସମ୍ପତି ଠାବ କରିବା ପରେ ବ୍ରାଉନ ସୁଗାର ନେଇ ଲିଙ୍କ ଖୋଜୁଥିଲା ଏସଟିଏଫ ଟିମ। ତେବେ ବ୍ରାଉନସୁଗାର ନେଟୱର୍କର ଚେର ପଶ୍ଚିମବଙ୍ଗରୁ ଭାୟା ବାଲେଶ୍ହରର ଜଳେଶ୍ବର ଦେଇ ଓଡିଶାର ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଛି ତେବୋ ଦୁଇ ସହଯୋଗି ଗିରଫ ହୋଇଥିବା ବେଳେ ଖୁବଶିଘ୍ର ଏହାର ଏକ ବଡ ଖୁଲାସା ହେବାକୁ ଯାଉଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.