ETV Bharat / city

ଗଣତନ୍ତ୍ର ସୁରକ୍ଷା ପାଇଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି 2 ବିଜେପି ବିଧାୟକ: ତାରା - ଗଣତନ୍ତ୍ର ସୁରକ୍ଷା ପାଇଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି 2 ବିଜେପି ବିଧାୟକ

ଆଉ ଜଣେ ବରିଷ୍ଠ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବା କଥା କହିବା ପରେ ମୋହନଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମୋହନ ଓ ବିଜେପିକୁ ତାରା ମାରିଛନ୍ତି ତେରେଛା ବାଣ । ଗଣତନ୍ତ୍ରର ସୁରକ୍ଷା ଦେବା ପାଇଁ ବିଜେପିର ଦୁଇ ବିଧାୟକ ମିଳିତ ବିରୋଧି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ତାରା । ଅଧିକ ପଢନ୍ତୁ

ଗଣତନ୍ତ୍ର ସୁରକ୍ଷା ପାଇଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି 2 ବିଜେପି ବିଧାୟକ: ତାରା

author img

By

Published : Jul 20, 2022, 7:47 PM IST

ଭୁବନେଶ୍ବର: ଆଉ ଜଣେ ବରିଷ୍ଠ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବା କଥା କହିବା ପରେ ମୋହନଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମୋହନ ଓ ବିଜେପିକୁ ତାରା ମାରିଛନ୍ତି ତେରେଛା ବାଣ । ଗଣତନ୍ତ୍ରର ସୁରକ୍ଷା ଦେବା ପାଇଁ ବିଜେପିର ଦୁଇ ବିଧାୟକ ମିଳିତ ବିରୋଧି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ତାରା ।

ଗଣତନ୍ତ୍ର ସୁରକ୍ଷା ପାଇଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି 2 ବିଜେପି ବିଧାୟକ: ତାରା

ତାରା କହିଛନ୍ତି ଯେ, କହିବାକୁ ଟ୍ୟାକ୍ସ ଲାଗେ ନାହିଁ । କହିବାରେ କାହାକୁ ମନା ବି ନାହିଁ । ବିଜେପିର 2 ରୁ ଅଧିକ ବିଧାୟକଙ୍କ ଭୋଟ ୟୁପିଏ ପ୍ରାର୍ଥୀଙ୍କୁ ଆସିଛି । ଗଣତନ୍ତ୍ରକୁ ରକ୍ଷା କରିବା ଲାଗି ବିଜେପି ବିଧାୟକ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । କାଉଣ୍ଟିଂ ପରେ ଜଣାପଡିବ କିଏ କିଏ ଦେଇଛନ୍ତି । ନହେଲେ ମୁଁ କହିବି କିଏ କିଏ ଦେଇଛନ୍ତି । ତାଙ୍କ ଭୋଟ ଆମ ଆଡେ ଆସିଛି । ଆମ ଭୋଟ କାହିଁକି ତାଙ୍କ ଆଡେ ଯିବ । ସେ ଆହୁରି କହିଛନ୍ତି ଯେ, କଂଗ୍ରେସର ମର୍ଦ୍ଦ ପିଲା ଦେଲେ ଆଉ ସର୍ବ ସମ୍ମୁଖରେ ଘୋଷଣା କଲେ । ମୋକିମ ବାବୁ ଦ୍ରୌପଦୀଙ୍କୁ ଭୋଟ ଦେଲେ । କହିଲେ ଆମେ ଦେଲୁ । କଂଗ୍ରେସ ଦଳର ଯିଏ ଦେବ, ସେ ଦେଲା ବୋଲି କହିବ । ବିଜେପି ପରି ଲୁଚାଚୋରା କୌଣସି କାର୍ଯ୍ୟ କଂଗ୍ରେସ କରିବ ନାହିଁ । କାଲି ନିଶ୍ଚିୟ ସ୍ପଷ୍ଟ ହେବ କିଏ କାହାକୁ ଭୋଟ ଦେଇଛି । ଆମକୁ ଭୋଟ ଦେବାକୁ ଆମେ ଖୋଲାଖୋଲି ଏଥିପାଇଁ ଡିଲ କରିଛୁ । ତାଙ୍କ ଦଳ ଉପରେ ତାଙ୍କର ଭରସା ନାହିଁ । ଯେଉଁମାନେ ମାଟି କଥା କହୁଛନ୍ତି, ସେମାନେ ମାଟିକୁ ଭଲ ପାଆନ୍ତି ନାହିଁ । ଯଶୱନ୍ତ ସିହ୍ନା ବିହାର ମାଟିର ପ୍ରାର୍ଥୀ । ବିହାରର ବିଜେପି ନେତା କଣ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି । ବିହାରର ଆଦିବାସୀ ନେତା ଓ ମନ୍ତ୍ରୀ ତ ଦ୍ରୌପଦୀଙ୍କୁ ଭୋଟ ଦେଇନାହାନ୍ତି । ଏଠି ପାର୍ଟି କଥା ଉଠିଛି, ମାଟି କଥା ଉଠିନାହିଁ ।

କଂଗ୍ରେସରେ ମୋକିମ ଛଡା ଆଉ କେହି ଦ୍ରୌପଦୀଙ୍କୁ ଭୋଟ ଦେଇନାହାନ୍ତି: ସୁର

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, କଂଗ୍ରେସର ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ମୁଁ ସିୟୋର କଂଗ୍ରେସରେ ମୋକିମ ଛଡା ଆଉ କେହି ଦ୍ରୌପଦୀଙ୍କୁ ଭୋଟ ଦେଇନାହାନ୍ତି । ଆମର 8 ଜଣ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି । ଆଉ କିଏ ଦେଇଛି ବୋଲି ଯିଏ କହୁଛନ୍ତି, ସେ ପବନା କଥା । କମ୍ୟୁନିଷ୍ଟର ଜଣେ ଓ ବିଜେପିର 2 ଭୋଟ ଯଶୱନ୍ତ ଆଡକୁ ଯାଇପାରେ । ମୋ ଭୋଟ ଯଶୱନ୍ତଙ୍କୁ ଯାଇଛି । ମୋ ଭୋଟ ଚନ୍ଦ୍ର ସୂର୍ଯ୍ୟ ଓଲଟା କରିପାରିବେ ନାହିଁ । 2 ନମ୍ବରରେ ଯଶୱନ୍ତ ଙ୍କ ନାଁ ଥିଲା । ମୋ ଭୋଟ ସେଠି ଚଢ଼ିଛି । ପ୍ରଥମେ ଦ୍ରୌପଦୀଙ୍କୁ ଦେବି ବୋଲି କହିଥିଲି । କିନ୍ତୁ ଯଶୱନ୍ତ ଙ୍କୁ ଦେବାକୁ ହାଇକମାଣ୍ଡଙ୍କ ଅର୍ଡର ଥିଲା । ତେଣୁ ପ୍ରଥମେ ପାର୍ଟି ତାପରେ ମାଟି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.