ETV Bharat / city

ରାଜ୍ୟରୁ ଆସିଲା ଆଶ୍ବସ୍ତିକର ଖବର, ସୁସ୍ଥ ହେଲେ ସର୍ବାଧିକ 178

author img

By

Published : Jun 7, 2020, 4:20 PM IST

ରାଜ୍ୟରେ ସର୍ବାଧିକ 178 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1894 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

corona
ଏକାଥରେ ସୁସ୍ଥ ହେଲେ ସର୍ବାଧିକ 178 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ସର୍ବାଧିକ 178 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1894 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

corona
ଏକାଥରେ ସୁସ୍ଥ ହେଲେ ସର୍ବାଧିକ 178 ଆକ୍ରାନ୍ତ

ତେବେ ଖୋର୍ଦ୍ଧାରେ ସର୍ବାଧିକ 39 ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରେ 23, ନୂଆପଡାରେ 22, ଭଦ୍ରକରେ 17, ନୟାଗଡରେ 15, ଗଞ୍ଜାମରେ 14, କେନ୍ଦ୍ରାପଡା ରେ 10 ଢେଙ୍କାନାଳରେ 9, କନ୍ଧମାଳ 9, ସୁନ୍ଦରଗଡରେ 6, ବାଲେଶ୍ୱରରେ 4, କଟକ ବଲାଙ୍ଗୀର ଓ ମାଲକାନଗିରିରେ 2 ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

corona
ଏକାଥରେ ସୁସ୍ଥ ହେଲେ ସର୍ବାଧିକ 178 ଆକ୍ରାନ୍ତ

ପ୍ରକାଶ ଥାଉକି, ରାଜ୍ୟରେ ବର୍ତ୍ତମାନ 2856 ଆକ୍ରାନ୍ତ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1894 ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.