ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ସଂଖ୍ୟ କମିଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲଗାମ ଲାଗି ପାରିନାହିଁ । ଆଜି ପୁଣି 17ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1527ରେ ପହଞ୍ଚିଛି ।
ତେବେ ବରଗଡରେ 33 ବର୍ଷ, 64 ବର୍ଷର ପୁରୁଷ ଓ 58 ବର୍ଷର ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧରେ 12 ବର୍ଷର ଝିଅର ମୃତ୍ୟୁ ଘଟିଛି । ଭୁବନେଶ୍ୱରରେ 63 ବର୍ଷ, 73 ବର୍ଷ ଓ 60 ବର୍ଷର ପୁରୁଷ, 102 ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଛି ।
ଢେଙ୍କାନାଳରେ 50 ବର୍ଷର ପୁରୁଷ, କଳାହାଣ୍ଡିରେ 60 ବର୍ଷର ପୁରୁଷ, ସମ୍ବଲପୁର 53 ବର୍ଷର ମହିଳା ଓ 63 ବର୍ଷ ଓ 58 ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଥିଲା। ଏବଂ ସୁନ୍ଦରଗଡରେ 55 ବର୍ଷ, 36 ବର୍ଷ, 79 ବର୍ଷର ପୁରୁଷ ଓ 28 ବର୍ଷର ମହିଳାଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ