ETV Bharat / city

‘କାର୍ଯ୍ୟ ଦକ୍ଷତାକୁ ଦେଶ ହିତରେ ଲଗାନ୍ତୁ ଚାଟାର୍ଡ ଆକାଉଣ୍ଟାଣ୍ଟ’ - ଚାଟାର୍ଡ ଆକାଉଣ୍ଟାଣ୍ଟ

ରାଷ୍ଟ୍ରହିତକୁ ପ୍ରାଧାନ୍ୟ ଦିଅନ୍ତୁ । ନିଜ କାର୍ଯ୍ୟ ଦକ୍ଷତାକୁ ଦେଶ ହିତରେ ଲଗାନ୍ତୁ । 16 ତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ସମ୍ମିଳନୀର ଉଦଘାଟନ କରି ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 16, 2019, 2:47 PM IST

ଭୁବନେଶ୍ବର: ରାଷ୍ଟ୍ରହିତକୁ ପ୍ରାଧାନ୍ୟ ଦିଅନ୍ତୁ । ନିଜ କାର୍ଯ୍ୟ ଦକ୍ଷତାକୁ ଦେଶ ହିତରେ ଲଗାନ୍ତୁ । 16 ତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ସମ୍ମିଳନୀର ଉଦଘାଟନ କରି ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅନେକ ବ୍ୟକ୍ତି ଅଛନ୍ତି ସେମାନେ ନିଜ କାର୍ଯ୍ୟରେ ଏପରି ପାରଙ୍ଗମ ଯେ ତାହାକୁ ସେ ଦେଶ ହିତ ପାଇଁ ବ୍ୟବହାର ନ କରି ନିଜ ସ୍ବାର୍ଥ ପାଇଁ ବ୍ୟବହାର କରୁଛନ୍ତି। ଫଳରେ ନିରବ ମୋଦି, ଲଳିତ ମୋଦି ଓ ବିଜୟ ମାଲ୍ୟା ଭଳି ଲୋକମାନେ ଦେଶର ଧନ ଲୁଟ କରିବାରେ ସକ୍ଷମ ହେଉଛନ୍ତି । ତେଣୁ ନିଷ୍ଠାବାନ କର୍ତ୍ତବ୍ୟନିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ସହିତ ଏପରି ଚୋର ମାନଙ୍କୁ ଧରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

16ତମ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ପରିବର୍ତ୍ତନ ପାଇଁ ପରିବର୍ତ୍ତନକୁ ଗ୍ରହଣ କରିବା ଉପରେ ସମ୍ମିଳୀତ । ଯେଉଁଥିରେ ପୁରୁଣା ବ୍ୟବସ୍ଥାରୁ ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବା ସମେତ ଏହି କ୍ଷେତ୍ରରେ ପାରମ୍ପରିକ ବ୍ୟବସ୍ଥାକୁ କିପରି ନୂତନ ଜ୍ଞାନକୌଶଳ ମାଧ୍ୟମରେ ବ୍ୟବହାର କରି ହେବ ସେନେଇ ଚର୍ଚ୍ଚା ହେବ ବୋଲି ଜଣାପଡିଛି।

ଆଜିର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାଲକୋର ଆର୍ଥିକ ନିର୍ଦ୍ଦେଶକ ଶ୍ରୀଧର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବାବେଳେ ଆଇସିଏଆଇର ଜାତୀୟ ସଭାପତି ପ୍ରଫୁଲ ପ୍ରେମସୁଖ ଛାଜେଦ, ଚେୟାରମ୍ୟାନ ରାଜେଶ ଶର୍ମା ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ ବିଭିନ୍ନ ଟ୍ୟାକ୍ସ ଲ’ ବିଷୟରେ ଆଲୋଚନା କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro: ଚାଟାର୍ଡ଼ ଆକାଉଣ୍ଟାଣ୍ଟ 16 ତମ ଜାତୀୟ ସମ୍ମିଳନୀ ସ୍ଥାନୀୟ ମେ ଫେୟାର ଠାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି।ଯାହାକି ଦୁଇଦିନ ଧରି ଚାଲିବ।ଯେଉଁଥିରେ ସାରାଦେଶରୁ ଅନେକ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଯୋଗଦେଇଛନ୍ତି।

Body:16ତମ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ "ପରବର୍ତନ ପାଇଁ ପରିବର୍ତ୍ତନ"କୁ ଗ୍ରହଣ କରିବା ଉପରେ ସମ୍ମିଳିତ।ଯେଉଁଥିରେ ପୁରୁଣା ବ୍ୟବସ୍ଥାରୁ ନୂଆ ବ୍ୟବସ୍ଥା କୁ ଗ୍ରହଣ କରିବା ସମେତ ଏହି କ୍ଷେତ୍ରରେ ପାରମ୍ପରିକ ବ୍ୟବସ୍ଥାକୁ କିପରି ନୂତନ ଜ୍ଞାନକୌଶଳ ମାଧ୍ୟମରେ ବ୍ୟବହାର କରି ହେବ ସେନେଇ ଚର୍ଚ୍ଚା ହେବ ବୋଲି ଜଣାପଡିଛି।ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଷଢଙ୍ଗୀ ରାଷ୍ଟ୍ରହିତ କୁ ମୁଖ୍ୟ ଲକ୍ଷ କରି କାର୍ଯ୍ୟ କରିବାକୁ ଉପଦେଶ ଦେଇଛନ୍ତି।ଅନେକ ବ୍ୟକ୍ତି ଅଛନ୍ତି ସେମାନେ ନିଜ କାର୍ଯ୍ୟରେ ଏପରି ପାରଙ୍ଗମ ଯେ ତାହାକୁ ସେ ଦେଶ ହିତ ପାଇଁ ବ୍ୟବହାର ନ କରି ନିଜ ସ୍ବାର୍ଥ ପାଇଁ ବ୍ୟବହାର କରୁଛନ୍ତି।ଯାହା ଫଳରେ ନିରବ ମୋଦି,ଲଳିତ ମୋଦି ଓ ନିରବ ମାଲ୍ୟମାନଙ୍କ ଭଳି ଲୋକମାନେ ଦେଶର ଧନ ଲୁଟ କରିବାରେ ସକ୍ଷମ ହେଉଛନ୍ତି।ତେଣୁ ନିଷ୍ଠାବାନ କର୍ତ୍ତବ୍ୟନିଷ୍ଠ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବା ସହିତ ଏହିପରି ଚୋର ମାନଙ୍କୁ ଧରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଜିର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରରେ ନାଲକୋର ଆର୍ଥିକ ନିର୍ଦେଶକ ଶ୍ରୀଧର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବାବେଳେ ଆଇସିଏଆଇ ର ଜାତୀୟ ସଭାପତି ପ୍ରଫୁଲ ପ୍ରେମସୁଖ ଛାଜେଦ,ଚେୟାରମ୍ୟାନ ରାଜେଶ ଶର୍ମା ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ ବିଭିନ୍ନ ଟ୍ୟାକ୍ସ ଲ ବିଷୟରେ ଆଲୋଚନା କରିଥିଲେ।ଆସନ୍ତାକାଲି ମଧ୍ୟ ଏହି ସମ୍ମିଳନୀ ରେ ବିଭିନ୍ନ ବିଷୟ ଉପରେ ବକ୍ତା ଓ ବିଶେଷଜ୍ଞ ମାନେ ଯୋଗଦେଇ ଚର୍ଚ୍ଚା କରିବେ ବୋଲି ସଭାପତି ପ୍ରଫୁଲ ପ୍ରେମସୁଖ କହିଛନ୍ତି।ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ନିୟମ ସରଳିକରଣ କରିବା ସହିତ ଲୋକଙ୍କ ହିତ ପାଇଁ ବ୍ୟବହାର କରାଯିବାକୁ କହିଛନ୍ତି।
ବାଇଟ-ମନ୍ତ୍ରୀ -ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ବାଇଟ-ଜାତୀୟ ସଭାପତି-ପ୍ରଫୁଲ ପ୍ରେମସୁଖ ଛାଜେଦ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.