ETV Bharat / city

କୋରୋନା ଆତଙ୍କ ଭିତରେ ଆଶ୍ବସ୍ତି, ରାଜ୍ୟରେ 131 ଆକ୍ରାନ୍ତ ସୁସ୍ଥ

ରାଜ୍ୟର 14ଟି ଜିଲ୍ଲାରେ 131 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଆତଙ୍କା ଭିତରେ ଆଶ୍ବସ୍ତି, ରାଜ୍ୟରେ 131 ଆକ୍ରାନ୍ତ ସୁସ୍ଥ

author img

By

Published : Jun 26, 2020, 4:50 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆତଙ୍କ ଭିତରେ ଆସିଛି ଏକ ଭଲ ଖବର । ଶୁକ୍ରବାର 131 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ ରାଜ୍ୟରେ 218 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ 131 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ 4422 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟର 14ଟି ଜିଲ୍ଲାରେ 131 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି । ଏଠାରେ 43 ସୁସ୍ଥ ହୋଇଥିବାବେଳେ ପୁରୀରେ 28, ଖୋର୍ଦ୍ଧାରେ 21, କନ୍ଧମାଳରେ 12, ଜଗତସିଂହପୁରରେ 7, ନବରଙ୍ଗପୁରରେ 6, କେନ୍ଦ୍ରାପଡାରେ 5, ବାଲେଶ୍ବର ଓ କଟକରେ 2 ଏବଂ ବରଗଡ, ବଲାଙ୍ଗୀର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ପ୍ରକାଶ ଥାଉ କି ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏପରି ସମୟରେ ଶତାଧିକ ଆକ୍ରାନ୍ତଙ୍କ ସୁସ୍ଥ ହେବା ଖବର ସରକାରଙ୍କୁ ଆଶ୍ବସ୍ତି ଦେଇଛି । ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 4422ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.