ETV Bharat / city

ଆସନ୍ତା 5 ଦିନ କାଳବୈଶାଖୀ, 10 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ

ରାଜ୍ୟରେ କାଳବୈଶାଖୀ ତାଣ୍ଡବ । ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

author img

By

Published : May 3, 2021, 8:29 PM IST

10 district orange warning for thunderstrum
କାଳବୈଶାଖୀ ନେଇ 10 ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ତାଣ୍ଡବ । ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ ଉତ୍ତରପ୍ରଦେଶ ଓ ଆଖପାଖ ଆସାମ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସହ ଟ୍ରଫ୍ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ୮ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରକୋପ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ୧୦ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ଅଂରେଜ ୱାର୍ଣ୍ଣିଂ ଜାରି ହୋଇଛି । ପବନ ପ୍ରଭାବରେ ଏହି ଜିଲ୍ଲା ଗୁଡିକରେ ଗଛଲତା ଓ ଫସଲ ସାମାନ୍ୟ କ୍ଷତିଗ୍ରସ୍ତ ହେବା ସହ ଅଞ୍ଚଳବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ୮ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡଘଡି ସହ ସର୍ବାଧିକ ୩୦ରୁ ୪୦ କିଲୋମିଟର ବେଗରେ ପବନ ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହାପରେ ଆସନ୍ତାକାଲି ମଧ୍ୟ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି ବଜ୍ରପାତ ସମେତ ତିନି ଜିଲ୍ଲା ଗଜପତି, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ତେବେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ ।

ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭବାନୀପାଟଣାରେ ୪୦.୧,ଟିଟିଲାଗଡ଼ରେ ୪୦.୦,ବୌଦ୍ଧରେ ୪୦.୮,ଭୁବନେଶ୍ବରରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଚଣ୍ଡିଖୋଲରେ ସର୍ବାଧିକ ୯୫.୦ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକ ଜିଲ୍ଲା ତିହିଡି ରେ ୪୪.୦,ଜଗତସିଂହପୁର ବାଲିକୁଦାରେ ୪୪.୦ ମିମି ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.